ଜୁନ ଅପେକ୍ଷା ଜୁଲାଇ ମାସରେ ୬୧% ଲୋକ କରିଛନ୍ତି ବିମାନ ଯାତ୍ରା

ଚଳିତ ବର୍ଷ ଜୁନ୍ ମାସ ତୁଳନାରେ ଜୁଲାଇ ମାସରେ ୬୧ ପ୍ରତିଶତ ଅଧିକ ଲୋକ କରିଛନ୍ତି ବିମାନ ଯାତ୍ରା। ଜୁଲାଇ ମାସରେ ୫୦.୦୭ ଲକ୍ଷ ଲୋକ ବିମାନ ଯାତ୍ରା କରିଥିବା ବେଳେ ଜୁନ୍ ମାସରେ ଏହି ସଂଖ୍ୟା ଥିଲା ୩୧.୧୩ ଲକ୍ଷ।

(ଦିଲ୍ଲୀ) : ଚଳିତ ବର୍ଷ ଜୁନ୍ ମାସ ତୁଳନାରେ ଜୁଲାଇ ମାସରେ ୬୧ ପ୍ରତିଶତ ଅଧିକ ଲୋକ କରିଛନ୍ତି ବିମାନ ଯାତ୍ରା। ଜୁଲାଇ ମାସରେ ୫୦.୦୭ ଲକ୍ଷ ଲୋକ ବିମାନ ଯାତ୍ରା କରିଥିବା ବେଳେ ଜୁନ୍ ମାସରେ ଏହି ସଂଖ୍ୟା ଥିଲା ୩୧.୧୩ ଲକ୍ଷ। ସେହିପରି ମେ ମାସରେ ୨୧.୧୫ ଲକ୍ଷ ଲୋକ ବିମାନ ଯାତ୍ରା କରିଥିବା ବେଳେ ଏପ୍ରିଲ ମାସରେ ୫୭.୨୫ ଲକ୍ଷ ଲୋକ ବିମାନ ଯାତ୍ରା କରିଥିଲେ। ଏନେଇ ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ପ୍ରକାଶ ଥାଉକି, ଜୁଲାଇ ୫ ତାରିଖ ପର ଠାରୁ ବିମାନ ଗୁଡ଼ିକ ୬୫ ପ୍ରତିଶତ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିବାକୁ ଡିଜିସିଏ ଠାରୁ ଅନୁମତି ମିଳିଛି। କରୋନା କାରଣରୁ ଜୁନ୍ ମାସରୁ ଜୁଲାଇ ୫ ମଧ୍ୟରେ କେବଳ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାକୁ ଅନୁମତି ଥିଲା। ତେଣୁ ଜୁଲାଇ ମାସରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ ଉଡ୍ଡୟନ ମନ୍ତ୍ରାଳୟ ଏବେ ବିମାନ ଭଡ଼ା ବୃଦ୍ଧି କରିଛି। ଦିଲ୍ଲୀରୁ ମୁମ୍ଵାଇ ପର୍ଯ୍ୟନ୍ତ ନ୍ୟୁନତମ ବିମାନ ଭଡ଼ା ୪୭୦୦ ଟଙ୍କା ଥିଲା। ଏହାକୁ ଏବେ ବୃଦ୍ଧି କରାଯାଇ ୫୨୮୭ କରାଯାଇଛି। ସେହିପରି ସର୍ବାଧିକ ବିମାନ ଭଡ଼ା ୧୩ ହଜାର ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୧୪ ହଜାର ୬୨୫ ଟଙ୍କା କରାଯାଇଛି।