(ଦିଲ୍ଲୀ) : ଭାରତ ବାୟୋଟେକ, କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍(ବିଆଇଆର୍ଏସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି । ଗତ ଜାନୁଆରୀରେ ସିଡିଏସ୍ସିଓ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଲାଗି ଅନୁମତି ଦେଇଥିଲା । ବ୍ୟକ୍ତିଙ୍କର ଉଭୟ ନାକପୁଡାରେ ମାତ୍ର ଥରକ ପାଇଁ ଗୋଟିଏ ଲେଖାଏ ଡ୍ରପ ପକାଇବାକୁ ପଡିବ। ଏହାକୁ ଉଭୟ ବୟସ୍କ ଓ ପିଲାମାନେ ନେଇପାରିବେ ଏବଂ ବିନା ନର୍ସ କିମ୍ବା ସ୍ୱାସ୍ଥ୍ୟକର୍ମୀରେ ଏହା ଘରେ ମଧ୍ୟ ନିଆଯାଇ ପାରିବ।
ସୂଚନାନୁଯାୟୀ , ଏହି ନାଜାଲ୍ ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସ୍ସିଓ) ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛି । ଅନୁମତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ନାଜାଲ କରୋନା ଟିକାର ଗଣପରୀକ୍ଷଣ କରାଯିବ ।