ଦେଶର ପ୍ରଥମ ପେଟ୍ରୋଲ ପମ୍ପ : ଯେଉଁଠି କେବଳ ମହିଳାଙ୍କୁ ମିଳେ ଚାକିରି
ଦେଶରେ ଜନସଂଖ୍ୟାର ଅଧା ହେଉଛି ମହିଳାଙ୍କ ସଂଖ୍ୟା । ମହିଳାଙ୍କର ଏତେ ବଡ଼ ଜନସଂଖ୍ୟା ହେବା ସତ୍ତ୍ୱେ ମଧ୍ୟ ଦେଶର ବିକାଶରେ ମହିଳାଙ୍କର ଯୋଗଦାନ ବହୁତ କମ୍ ଦେଖିବାକୁ ମିଳେ ।
(ଦିଲ୍ଲୀ) : ଦେଶରେ ଜନସଂଖ୍ୟାର ଅଧା ହେଉଛି ମହିଳାଙ୍କ ସଂଖ୍ୟା । ମହିଳାଙ୍କର ଏତେ ବଡ଼ ଜନସଂଖ୍ୟା ହେବା ସତ୍ତ୍ୱେ ମଧ୍ୟ ଦେଶର ବିକାଶରେ ମହିଳାଙ୍କର ଯୋଗଦାନ ବହୁତ କମ୍ ଦେଖିବାକୁ ମିଳେ । ଆଜି ଆମେ ଆପଣଙ୍କୁ ଦିଲ୍ଲୀରେ ରହୁଥିବା ଭୁପିନ୍ଦର କୌରଙ୍କର କାହାଣୀ କହିବୁ , ଯିଏ କି ସବୁ ସମସ୍ୟାରୁ ହଟି କାମ କରୁଛନ୍ତି । ନିଜର ବିଚାରରେ ମହିଳାଙ୍କୁ ଦୃଢ଼ ଓ ସଶକ୍ତ କରୁଛନ୍ତି ।
ପୂର୍ବ ଦିଲ୍ଲୀରେ ଏହା ଏକ ଏମିତି ପେଟ୍ରୋଲ ପମ୍ପ ଚଳାନ୍ତି , ଯାହାର ପରିଚାଳନା ମହିଳାଙ୍କ ହାତରେ ରହିଛି । କ୍ୟାସ୍ କାଉଣ୍ଟରରୁ ନେଇ ପେଟ୍ରୋଲ ଦେବା ଯାଏ ଦାୟିତ୍ୱ ମହିଳାଙ୍କର। ଏନ୍ଡିଟିଭି ସହ ଖାସ୍ କଥାବାର୍ତ୍ତାରେ ସେ କହିଛନ୍ତି – ମୁଁ ମହିଳାଙ୍କୁ ଉତ୍ଥାନ ପାଇଁ ପରିଶ୍ରମ କରୁଛି । ମୋର ସ୍ୱପ୍ନ ଦେଶରେ ମହିଳାମାନେ ସଶକ୍ତ ଓ ଦୃଢ଼ ହୁଅନ୍ତୁ । ସେ କୁହନ୍ତି କି ଦେଶର ବିକାଶ ସେତେବେଳେ ହୋଇପାରିବ ଯେବେ ମହିଳାମାନେ ଆର୍ଥିକ , ମାନସିକ ଓ ଶାରୀରିକ ରୂପେ ଦୃଢ଼ ହୋଇପାରିବେ । ଭୁପିନ୍ଦର ପେଟ୍ରୋଲ ପମ୍ପରେ କାମ କରୁଥିବା ମହିଳାଙ୍କୁ ନିଜେ ଟ୍ରେନିଂ ଦିଅନ୍ତି । ୩-୪ ଦିନରେ ଟ୍ରେନିଂ ଦେଇ ତାଙ୍କୁ ନିର୍ଦ୍ଧାରିତ କାମ ଦିଆଯାଏ । କିଏ କ୍ୟାସ୍ କାଉଣ୍ଟରରେ ବସେ ତ ଆଉ କିଏ ପେଟ୍ରୋଲ ଭରିବା କାମ କରେ । ଏହି ପେଟ୍ରୋଲ ପମ୍ପରେ ୨ଟି ଶିଫ୍ଟ ହୋଇଥାଏ ।