କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର

କଟକ/ଜଗନ୍ନାଥ ମହାନ୍ତି : କଟକ ରେଳ ଷ୍ଟେସନର ବିକାଶ କରାଯିବାକୁ ଦାବି କରି ଏକ ସ୍ମାରକ ପତ୍ର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵନୀ ବୈଷ୍ଣବଙ୍କୁ ପ୍ରଦାନ କରିଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ। ଯେଉଁଥିରେ କଟକ ରେଳ ଷ୍ଟେସନ ର ଭିତ୍ତିଭୂମି କୁ ସୁଦୃଢ କରିବା ପାଇଁ ଦାବୀ କରିବା ସହ ପ୍ରମୁଖ ଭାବେ ୪ ଟି ଦାବୀ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରାଯାଇଛି। ପ୍ରଥମତଃ କଟକ ରେଳ ଷ୍ଟେସନ ଦେଇ ସମସ୍ତ ଟ୍ରେନ୍ ଚଳାଚଳ କରୁ। ଦ୍ବିତୀୟ ଦାବୀ ଅନୁଯାୟୀ ଦକ୍ଷିଣ କୁ ଭୁବନେଶ୍ଵର ରୁ ଯାତ୍ରା କରୁଥିବା ୪ ଟି ଟ୍ରେନ୍ କୁ କଟକ ଷ୍ଟେସନ ପର୍ୟ୍ୟନ୍ତ ସଂପ୍ରସାରଣ କରାଯାଉ।ତୃତୀୟ ଦାବୀ ମୁତାବିକ, କଟକ ରେଳ ଷ୍ଟେସନ ର ପୂର୍ବ ପଟ ଗେଟ୍ ଟି କୁ ଖୋଲାଯାଉ ଏବଂ ଚତୁର୍ଥ ଦାବୀ ଅନୁସାରେ ଅବ୍ୟବହୃତ ହୋଇପଡିଥିବା ରେଳ ବିଭାଗ ର ଜାଗା ରେ ରେଳ ଷ୍ଟେସନ ର ନବ କଳେବର କରାଯାଇ ଷ୍ଟେସନ ନିକଟରେ ମଲ୍,ରେଷ୍ଟୁରାଣ୍ଟ ଆଦି ନିର୍ମାଣ କରାଯାଉ । ଏସବୁ ଦାବୀ କୁ କେନ୍ଦ୍ର ରେଳ ମନ୍ତ୍ରୀ ଗୁରୁତର ସହ ଗ୍ରହଣ କରି କାର୍ୟ୍ୟ ରେ ଲଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀ ରେ ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀ, ସବ୍ୟସାଚି ମହାପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି ।