୬ ତୃଣମୂଳ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ୬ ତୃଣମୂଳ କଂଗ୍ରେସ ଅନୁଚିତ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି । ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାୟୁଡୁ ସାଂସଂଦ ମାନଙ୍କୁ ରାଜ୍ୟସଭା ଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ସାଂସଦ ମାନେ ଗତକିଛି ଦିନ ଧରି ପେଗାସସ୍ , କୃଷକ ଆନ୍ଦୋଳନ ଓ ଦରବୃଦ୍ଧି ଭଳି ଅନେକ ଦାବୀକୁ ନେଇ ବିରୋଧୀ ଦଳ ମାନଙ୍କ ପକ୍ଷରୁ ସଂସଦରେ ବିରୋଧ ଜାରି ରହିଛି । ରାଜ୍ୟସଭା ପାର୍ଥୀ ଡୋଳ ସେନ, ନଦୀମୁଲ ହକ୍, ଅବୀର ରଞ୍ଜନ ବିଶ୍ୱାସ, ଶାନ୍ତା କ୍ଷେତ୍ରି , ଅପ୍ରିତ ଘୋଷ, ମୌସମ ନୁର ଏଥିରେ ସାମିଲ ଥିଲେ । ଏଥିରେ ଧାରା ୨୫୫ ର ବିରୁଦ୍ଧାଚରଣ କରାଯିବା ନେଇ ଅଭିଯୋଗ ହେଉଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦର ବୃଦ୍ଧିକୁ ନେଇ ସାଇକେଲ ମାର୍ଚ୍ଚ କରି ସଂସଦ ଯାଏ ଆସିଥିଲେ ।