ଗୋପ/ଜୟନ୍ତ କୁମାର ସେଠୀ: କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣି ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ଟାଉନ ଥାନାରେ ଏତଲା। ଏତଲା ଦେଲେ ଯାତ୍ରା ଜଗତର ନାୟିକା ତଥା ଚର୍ଚ୍ଚିତ ରାଣି ପଣ୍ଡା ଦେଲେ ଏତଲା। କଫ୍ୟୁ ଯୋଗୁଁ ମାର୍କେଟଛକ ନିକଟରେ ପୁଲିସ ଗ୍ରହଣ କରି ରୁଜୁ କଲେ ମାମଲା। ଯେତେଦିନ ପର୍ୟ୍ୟନ୍ତ ସଂପୃକ୍ତ ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେ ଅନଶନ କରିବାକୁ ଦେଲେ ଚେତାବନୀ। ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଆରମ୍ଭ କରିବେ ଅନଶନ। ହାତରେ ଥାଳିରେ ମହାପ୍ରଭୁଙ୍କ ଫଟୋ ସହ ପୁଷ୍ପ ଧୁପ ସହ ପାରମ୍ପରିକ ପୋଷାକରେ ଆସିଛନ୍ତି। ଅଠରନଳା ଠାରୁ ପାଦରେ ଚାଲିଚାଲି ପହଞ୍ଚିଛନ୍ତି ରାଣୀ ।