ଗଣମାଧ୍ୟମ ଠାରୁ ଦୂରେଇ ରହିଲେ ବିଦ୍ୟାଭାରତୀଙ୍କ ପରିବାର

ଉଦଳା/ଦୀପକ ମିଶ୍ର : ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ବିବାଦ ଥମିବାର ନାମ ନେଉ ନାହିଁ । ଗୋଟିଏ ପରେ ଗୋଟିଏ ଅଭିଯୋଗ ବିଦ୍ୟାଭାରତୀଙ୍କ ବିରୋଧରେ ଆସିବାରେ ଲାଗିଛି । ହେଲେ ଏହି ଘଟଣାରେ ବିଦ୍ୟାଭାରତୀଙ୍କ ପରିବାର ପକ୍ଷରୁ କେହି ପାଟି ଫିଟାଇ ନାହାନ୍ତି । ଏପରି ଅବସ୍ଥାରେ ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତଲେଖା ଚିଠି ସାମ୍ନାକୁ ଆସିଥିଲା । ବଲାଙ୍ଗୀର ବ୍ୟାଚଲର ପାର୍ଟିକୁ ବିଦ୍ୟାଭାରତୀଙ୍କୁ ତାଙ୍କ ବାପାମାଆ ଆଣିବାକୁ ଯିବା ଘଟଣା ବାବଦରେ ପ୍ରତିକ୍ରିୟା ଆଣିବାକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ ମଧ୍ୟ ପରିବାର ସାମ୍ନାକୁ ଆସିନଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିମାନେ ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେଇଥିଲେ । ଗ୍ରାମବାସୀମାନେ କହିଥିଲେ ଯେ, ବିଦ୍ୟା ଜଣେ ଭଲ ଝିଅ ଏବଂ ତାଙ୍କର ଚାଲିଚଳଣ ଖୁବ୍ ସୁନ୍ଦର ବୋଲି କହିଛନ୍ତି ଗ୍ରାମବାସୀ । ଯଦି ଗ୍ରାମବାସୀଙ୍କ କହିବା କଥା ସତ ତେବେ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଲୋକେ କଣ ପାଇଁ ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି ତାହା ସବୁଠାରୁ ବଡ ପ୍ରଶ୍ନ ।