M¬ûc/je_âiû\ aòùgûA: ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ 5ମ କ୍ଷୁଦ୍ର ଚଳଚ୍ଚିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ସାଉଁଟିଲା ପ୍ରଶଂସା। ଦେବଦୂତ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲରେ 5ଟି ବିଶେଷ ବିଭାଗରେ ଆଠରୁ ଅଧିକା ପୁରସ୍କାର ହାତେଇଛି।
ତେବେ ସମସ୍ତ ବିଭାଗରୁ ସର୍ବଶ୍ରେଷ୍ଟ କ୍ଷୁଦ୍ର ଚଳଚିତ୍ରରେ ତୃତୀୟ ସ୍ଥାନ ପ୍ରାପ୍ତ କରିଥିବା ବେଳେ ସର୍ବଶ୍ରେଷ୍ଟ ପ୍ରଯୋଜନା ବିଭାଗରେ ଚତୁର୍ଥ ସ୍ଥାନ ହାସଲ କରିଛି ସନ୍ୟାସୀ ମହାରଣାଙ୍କ ନିର୍ଦ୍ଦେଶୀତ ପ୍ରଯୋଜିତ ଦେବଦୂତ। ତାସହ ଶ୍ରେଷ୍ଠ କାହାଣୀ ସଂଳାପ ପାଇଁ ଯୁବକବି ରତ୍ନାକର ଶୀୟ, ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ସର୍ବଶ୍ରେଷ୍ଟ ପୋଷ୍ଟର ପାଇଁ ସ୍ମାର୍ଟ ଡିଜିଟାଲର ଟିକିରି ବେହେରା ବିଶେଷ ବିଚାରକ ସମ୍ମାନରେ ସମ୍ମାନିତ ହୋଇ ଗଂଜାମ ମାଟି ଏବଂ କ୍ଷୁଦ୍ର ଚଳଚିତ୍ର ପାଇଁ ଏକ ନୂତନ ଉପଲବ୍ଧି ଆଣିଦେଇଛି ଦେବଦୂତ। ତେବେ ତାସହ ଭିନ୍ନ ଏକ କାହାଣୀ ଏବଂ ପରିକଳ୍ପନା ନେଇ ପ୍ରସ୍ତୁତ ଏହି ସଂକଳନ ପୂର୍ବରୁ ମଧ୍ୟ ଦୁଇଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲା। କିନ୍ନର ମାନଙ୍କର ସଂଘର୍ଷ ଏବଂ ସମର୍ପଣର କାହାଣୀକୁ ନେଇ ଯୁବ ସିନେ ନିର୍ଦ୍ଦେଶକ ସନ୍ୟାସୀ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ର ଚଳିତ ବର୍ଷ ଚିତ୍ର ଭାରତୀ ସମ୍ମାନ ପାଇଁ ବି ମନୋନୟନ ପ୍ରକ୍ରିୟାରେ ଅଛି। ଏଇଥିରେ ଅଭିନୟରେ ନିଜର ପ୍ରଚେଷ୍ଟା ଦେଖାଇ ଥିବା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ଅଭିନେତା ମଧୁସୂଦନ ମିଶ୍ର ଏବଂ କିନ୍ନର ଭୂମିକାରେ ଆଇଶାଙ୍କର ଅଭିନୟ ପାଇଁ ତାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବରେ ସମ୍ମାନିତ କରାଯାଇଅଛି।
Pଳଚିତ୍ର ନିର୍ମାଣ ଦିଗରେ ଚିତ୍ରୋତ୍ତଳନରେ ଟୁଟୁ ପ୍ରଧାନ ଏବଂ ସହଯୋଗୀ ଶୀତିଶ ମିଶ୍ର ସହଯୋଗ କରିଥିବା ବେଳେ ସମ୍ପାଦନା ଦାୟିତ୍ୱରେ ତେଜେଶ୍ୱର ସାମଲ ଥିଲେ। ଏକାନ୍ତ ସହଯୋଗୀ ଭାବରେ ଚିନ୍ମୟ ରଞ୍ଜନ ମିଶ୍ର,ରବୀନ୍ଦ୍ର ନାଥ ସାହୁ,ବିକାଶ ମହାରଣା,ବାଲ୍ମୀକି ବିଷୋୟୀ ଏବଂ ସଦାନନ୍ଦ ସାହୁ ସହଯୋଗ ପ୍ରଦାନ କରିଥିଲେ। ମାର୍ଗଦର୍ଶକ ଭାବରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ସୁଦୀପ ସାହୁ,ମେଜର ରମାରମଣ ପାଢୀ, ବାବୁଲା ମହାପାତ୍ର ଏବଂ ଡା. ବିମଲ କୁମାର ପଣ୍ଡା ମାର୍ଗଦର୍ଶକ ଭାବରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ନିଜର ଅଭିମତ ଦେଇଥିଲେ।