କୋଇଲା ଖଣିରେ ଅଘଟଣ, ଠିକା ଶ୍ରମିକ ମୃତ
ତାଳଚେର କୋଇଲା ଖଣିରେ ଅଘଟଣ। ଫଳରେ ବିଦ୍ୟୁତ୍ ଆଘାତରେ ଠିକା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଶଟ୍ଡାଉନ୍ ପରେ ହଠାତ୍ ଲାଇନ୍ ଚାର୍ଜ ହୋଇଯିବାରୁ ଅମରଙ୍କୁ ବିଦ୍ୟୁତ୍ର ଶକ୍ତ ଝଟ୍କା ଲାଗିଥିଲା।
(ତାଳଚେର) : ତାଳଚେର କୋଇଲା ଖଣିରେ ଅଘଟଣ। ଫଳରେ ବିଦ୍ୟୁତ୍ ଆଘାତରେ ଠିକା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଶଟ୍ଡାଉନ୍ ପରେ ହଠାତ୍ ଲାଇନ୍ ଚାର୍ଜ ହୋଇଯିବାରୁ ଅମରଙ୍କୁ ବିଦ୍ୟୁତ୍ର ଶକ୍ତ ଝଟ୍କା ଲାଗିଥିଲା। ଫଳରେ ସେ ଖୁଣ୍ଟରୁ ଖସିପଡ଼ିବା ସହିତ ବିଦ୍ୟୁତ୍ ଆଘାତରେ ତାଙ୍କ ଶରୀର ଜଳିଯାଇଥିଲା। ମୃତ ଅମରଙ୍କ ଘର ତାଳଚେର ଥାନା ରଘୁନାଥ ପୁରରେ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ , ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକ ମୃତେଦହକୁ ରଖି ଅମରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ନିଯୁକ୍ତି ଦାବି କରି ଆନ୍ଦୋଳନ କରିଥିଲେ। ଏହି ଖବର ବ୍ୟାପିବା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏମ୍ସିଏଲ୍ର ପଦାଧିକାରୀ ଓ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ।