ଉତ୍ତରପ୍ରଦେଶ(ରିପୋର୍ଟର୍ସ ଟୁଡେ) : ଲକ୍ଷ ମୁଲାୟମ ସିଂ ଯାଦବଙ୍କ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଛି । ଗୁରୁବାର ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଲାୟମଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ଡାକ୍ତର ଦଳ ତାଙ୍କୁ ଯାଞ୍ଚ କରୁଥିବା ବେଳେ ତାଙ୍କର କେତେକ ପରୀକ୍ଷା କରାଯିବ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ସେ କରୋନାରୁ ସୁସ୍ଥ ହୋଇଥିଲେ ।