ପ୍ରମୁଖ ଖବର ଭାରତୀୟ ତୀରନ୍ଦାଜ୍‌ ଦୀପିକା କୁମାରୀଙ୍କ କମାଲ୍‌, ଗୋଟିଏ ଦିନରେ ଜିଣିଲେ ୩ ସ୍ବର୍ଣ୍ଣ ପଦକ|| ଭାରତରେ ବିଳମ୍ବରେ ଆସିବ କରୋନାର ତୃତୀୟ ଲହର, ICMR ରିପୋର୍ଟ ଦେଲା ଆଶ୍ବସ୍ତି : ଟିକାକରଣ ପାଇଁ ମିଳିବ ଅଧିକ ସମୟ|| ବିଜେଡି ମହିଳା କର୍ମକର୍ତ୍ତା ଚୟନ କଲେ ଦଳ ସଭାପତି, ୫ ଜଣଙ୍କୁ ମିଳିଲା ଉପଦେଷ୍ଟା ଦାୟିତ୍ୱ|| ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୫୦ ହଜାରରୁ ଅଧିକ ପଜିଟିଭ୍, ୧୨୫୮ ମୃତ|| ଖୋର୍ଦ୍ଧା : ଓଲଟିଲା ବାଲି ବୋଝେଇ ହାଇଓ୍ୱା ଟ୍ରକ, ହେଲ୍‌ପର୍ ମୃତ|| କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ|| ସୋର : କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?|| କରଞ୍ଜିଆ : ୪ ଦୋକାନରୁ ସିରିଜ୍ ଚୋରି, ଜଣେ ଗିରଫ|| କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୮ କୋଭିଡ୍ ପଜିଟିଭ୍ ଚିହ୍ନଟ|| ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି, ଘୋଷଣା କଲା ଜମ୍ବୋ ମହିଳା ଟିମ, କାଲି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ଵର ୨୭।୦୬:  ରାଜ୍ୟରେ ପୁଣି ଉଷ୍ମ ହେବାକୁ ଯାଉଛି ରାଜନୈତିକ ବାତାବରଣ । ରାଜ୍ୟର ଶାସକ ଓ ବିରୋଧୀ ନିଜ ନିଜ ସଙ୍ଗଠନ ସଜାଡିବା ଏହି ଆଭାସ ଦେଉଛି। ଶାସକ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଘୋଷଣା କରିବା ପରେ ଆଜି ଜମ୍ବୋ ମହିଳା ଟିମ ଘୋଷଣା କରିଛି । ସେପଟେ ବିଜେପି ପ୍ରଥମଥର ପାଇଁ ସହରାଞ୍ଚଳ , ପଞ୍ଚାୟତ, ଏବଂ ସୀମା ସୁରକ୍ଷା କମିଟି ଗଢି ଦଳ ବଳ ବଢାଇବାକୁ ଚେଷ୍ଟା କରିଛି । ରଣନୀତିକୁ ମୋହର ଦେବା ଲାଗି କାଲି ଦଳର କାର୍ଯ୍ୟକାରିଣୀ ବସୁଛି।

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ସାଙ୍ଗଠନିକ କ୍ଷେତ୍ରରେ ପୁନର୍ବିନ୍ୟାସ ପ୍ରକ୍ରିୟା ଜାରି ରହିଛି ।  ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ବିଜୁ ମହିଳା ଜନତା ଦଳର ନବକଳେବର ହୋଇଛି।  ଏକ ନୂଆ କମ୍ବୋ ଟିମ ଘୋଷଣା କରିଛି ବିଜେଡି। ନୂଆ ଟିମ୍‌ରେ  ୫ ଉପଦେଷ୍ଟା, ସେଥିରେ ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ଅଛନ୍ତି । ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ କରୁଥିବା ବିଜେଡି ମହିଳା ଟିମ୍‌ରେ ସୁଭାଷିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ମିଳିଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ୱିଙ୍ଗ ମହାସଚିବ ଦାୟିତ୍ବ ମିଳିଛି।

ରାଜ୍ୟକୁ  ୭ ଜୋନ ରେ ଭାଗ କରି ସେଥିରେ ମହିଳା ସଙ୍ଗଠନକୁ ଆଗକୁ ନେବାକୁ ଜୋନ ସଭାନେତ୍ରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ୯ ଜଣଙ୍କୁ ବରିଷ୍ଠ ଉପ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସଂପାଦିକା, ୩୬ ଜଣ ସଂପାଦିକା, ଏବଂ ୨୮ ଜଣ ଯୁଗ୍ମ ସଂପାଦିକା, ୬୯ ଜଣଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟା ଭାବେ ରଖାଯାଇଛି । ଏଥି ସହିତ  ୩୩ ସାଙ୍ଗଠନିକ ଜିଲ୍ଲାର ବିଜୁ ମହିଲା ଜନତା ଦଳର ସଭାନେତ୍ରୀଙ୍କୁ ନିଯୁକ୍ତ ମିଳିଛି ।

ସେପଟେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ତାର ସାଙ୍ଗଠନିକ କାର୍ଯ୍ୟକୁ ତ୍ବରାନ୍ବିତ କରିଛି। ପୂର୍ବରୁ ବିଭିନ୍ନ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ଘୋଷଣା କରିସାରିଥିବା ବିଜେପି ପ୍ରଥମ କରି ସହରାଞ୍ଚଳ, ପଞ୍ଚାୟତ, ଏବଂ ସୀମା ସୁରକ୍ଷା କମିଟି ନାଁରେ  ୩ ନୂଆ ମୋର୍ଚ୍ଚା ଘୋଷଣା କରିଛି । ସହରାଞ୍ଚଳ କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ , ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର , ପଞ୍ଚାୟତ କମିଟି ଅଧ୍ୟକ୍ଷଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡାକୁ ଦାୟିତ୍ବ ମିଳିଛି । ସେମିତି ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ବ ଦେଇଛି ଦଳ । ଆସନ୍ତା କାଲି ଦଳର କାର୍ଯ୍ୟକାରୀଣୀ ବସୁଛି । ଏହି ବୈଠକରେ ଦଳ ପୌର ପଞ୍ଚାୟତ ନିର୍ବାଚନ ଲାଗି ତାର ରଣନୀତି ବୁଥ ସ୍ତରରୁ ସଙ୍ଗଠନକୁ ବଢାଇବାକୁ ଲକ୍ଷ୍ୟ ରଖିଛି । ସେପଟେ କଂଗ୍ରେସ  ଦୁଇ ଦିନ ତଳେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ବନ୍ଦିତା ପରିଡାଙ୍କ ନାଁରେ ମୋହର ମାରି ଚୁପ ବସିଛି।

କରୋନା ସଂକ୍ରମଣ ଲାଗି କିଛି ମାସ ଥମିଥିବା ପଲିଟିକାଲ ଆକ୍ଟିଭିଟି ପୁଣି ଥରେ ଜୋର ଧରିଛି। ନିଜ ନିଜ ସଙ୍ଗଠନ ସଜାଡିବା ଆଳରେ ପଲିଟିକାଲ ପାର୍ଟିମାନେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।