( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାର ଏ ବର୍ଷ ଧୁମଧାମରେ କାଳୀପୂଜାର ସୁବର୍ଣ୍ଣ ଜୟନ୍ତି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ନଗର ଉନ୍ନୟନ ଏବଂ ଜଳ ସମ୍ଫଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସମ୍ମାନିତ ଅତିଥି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ ଘାଟନ କରିଥିଲେ। ସୁବର୍ଣ୍ଣପୁର ମଝିପଡା କାଳୀପୂଜା କମିଟି ର ପଚାଶ ବର୍ଷ ପୂର୍ତ୍ତିକୁ ଅଧିକ ଆକର୍ଷଣୀୟ ଅବସର ରେ ଆୟୋଜିତ କମିଟିର ସଭାପତି ପୀୟୁଷ ପଣ୍ଡା ଙ୍କ ନେତୃତ୍ବରେ ଚଳିତ କାଳିପୂଜା ଦୀର୍ଘ ସାତ ଦିନ ଧରି ଆୟୋଜିତ ହେଉଥିବାବେଳେ ଆଜିର ଦିବସରେ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭଜନ ସମାରୋହ ଏବଂ ମିନାବଜାର ସହ ରାଜ୍ୟ ତଥା ରାଜ୍ୟବାହାରୁ ନୃତ୍ୟଗୀତର ଆୟୋଜନ ହୋଇଥିଲା। ସୁବର୍ଣ୍ଣପୁର ମଝିପଡା କାଳୀପୂଜାରେ ବିଗତ ପଚାଶ ବର୍ଷଧରି ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମିଳିତ ଭାବେ ଆୟୋଜନ କରି ଆସୁଛନ୍ତି ।