(ଋିପୋର୍ଟସ ଟୁଡେ) ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଫିଲ୍ମ ରଙ୍ଗିଲା ରାଜା ରିଲିଜ୍ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଏବେ ଫିଲ୍ମର ରିଲିଜ୍କୁ ନେଇ ଅନେକ ଅସୁବିଧା ଦେଖାଯାଇଥିବା ଜଣା ପଡ଼ିଛି । ଫିଲ୍ମକୁ ରିଲିଜ୍ କରିବା ପାଇଁ ସିବିଏଫ୍ସି (ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେସନ)ପକ୍ଷରୁ ଅନୁମତି ନ ମିଳିବା ପରେ ଏବେ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମରେ ୨୦ଟି କଟ୍ ରଖାଯିବା ପରେ ଯାଇ ଫିଲ୍ମକୁ ରିଲିଜ୍ କରାଯିବ ବୋଲି କୁହାଯାଇଥିବା ବେଳେ ଇଣ୍ଡଷ୍ଟ୍ରିର ଲୋକମାନେ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ଗୋବିନ୍ଦା । ଶନିବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଗୋବିନ୍ଦା ଏ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ,”ଗତ ୯ବର୍ଷ ହେଲାଣି ଏଭଳି ଘଟଣା ମୋ ସହ ଘଟୁଛି । ଇଣ୍ଡଷ୍ଟ୍ରିର କିଛି ଲୋକ ମୋ ବିରୋଧରେ କିଛି ନା କିଛି ଷଡ଼ଯନ୍ତ୍ର କରିବାରେ ଲଗିଛନ୍ତି । ଯାହାଦ୍ୱାରା ମୋ ଫିଲ୍ମ ରିଲିଜ୍ରେ ଅସୁବିଧା ଦେଖା ଦେଉଛି । ଏମାନଙ୍କ ପାଇଁ ମୋ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳି ପାରୁନାହିଁ ଏବଂ ବେଳେ ବେଳେ ରିଲିଜ୍ ମଧ୍ୟ ହୋଇ ପାରୁ ନାହିଁ । ଏ ପର୍ୟ୍ୟନ୍ତ ମୁଁ ଚୁପ୍ ଥିଲି । କିନ୍ତୁ ସେମାନେ ପହଲାଜ ନିହଲାନିଙ୍କ ଭଳି ପ୍ରଯୋଜକଙ୍କୁ କେମିତି ରୋକି ପାରିବେ । ସେ ବଲିଉଡ଼୍କୁି ଅନେକ ଫିଲ୍ମ ଦେବା ସହ ଅନେକ କଳାକାର ମଧ୍ୟ ଦେଇଛନ୍ତି ।