ରାମଚଣ୍ଡି ମୁହାଣରେ ଥିବା ଜମିକୁ ପ୍ରଶାସନର ଦଖଲକୁ ବିରୋଧ କଲେ ୨ ଗ୍ରାମର ଗ୍ରାମବାସୀ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ୍ ଟିକିନା ବରପଦା ଗ୍ରାମର ପାଶ୍ୱର୍ରେ ମା’ ରାମଚଣ୍ଡି ଅବସ୍ଥିତ।ମା’ ଙ୍କର ପାଦଦେଶରେ ମା’ ରାମଚଣ୍ଡି ନଦୀ ପ୍ରବାହିତ । ଏଇ ନଦୀରେ କାହୁଁ କେତେ ଯୁଗରୁ ଟିକିନ ଓ ଖାଲକଟାପାଟେଣାର ଗ୍ରାମବାସୀ ମାଛ ଧରି ଯିବିକା ନିର୍ବାହ କରିଆସୁଥିଲେ ଓ ନଦୀ କୂଳରେ କାଠ ଡଙ୍ଗା ଓ ଗାଇ ଗୋରୁ ରଖିବାପାଇଁ ନଦୀ ପଠାରେ ଗଛ ଲଗାଇଥିଲେ। ଆଜି ପ୍ରଶାସନ ଏହି ଜାଗା ତାଙ୍କ ଠୁ ଛଡେଇ ନେଉଥିବାବେଳେ ଗ୍ରାମବାସୀଙ୍କ ତରଫରୁ ଆନ୍ଦୋଳନ କରିବାପାଇଁ ଚେତାବନୀ ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ ଗତ ୧୯୮୪ ମସିହାଠାରୁ ରାମଚଣ୍ଡି ମୁହାଣ ପାଶ୍ୱର୍ରେ ଟିକିନା ଓ ଖାଲକଟାପାଟଣାର ୬୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରିଆସୁଛନ୍ତି। ରାମଚଣ୍ଡି ନଦୀ ପ୍ରତିଟି ସମୟରେ ୨ ଟି ଗ୍ରାମବାସୀଙ୍କୁ ଦୁଃଖ ଦେଇ ଆସୁଛି । କେତେ ବେଳେ ନଦୀର ଜୁଆର ପାଣି ଗ୍ରାମରେ ପସିଯାଉଚି ତ କେତେବେଳେ ଫସଲ ନଷ୍ଟ କରୁଚି। ସରକାର ପ୍ରଥମେ ଲୋକମାନଙ୍କର ଦୁଃଖ ଦୁର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ଦୁଇ ଗ୍ରାମ ବାସୀ।