ସୁବର୍ଣ୍ଣପୁରରେ ଯୁବ ମହୋତ୍ସବ ଅନୁଷ୍ଠିତ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲଠାରେ ଦୁଇଦିନ ଧରି ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ ଘାଟନ କରିଥିଲେ। ଜିଲ୍ଲା କ୍ରୀଡ଼ା ବିଭାଗର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ବିନିକା ବ୍ଳକ ସେଲେଡି ଗ୍ରାମରୁ ଆସିଥିବା ଲୋକଗୀତ ଓ ଲୋକ ସଙ୍ଗିତ ରୁମକୁ ଝୁମାନା ଓ ତରଭା ବ୍ଳକ ର ସିଙ୍ଗାରି ଗୄପ୍ ରାଜ୍ୟ ସ୍ତରିୟ ଯୁବ ମହୋତ୍ସବ କୁ ମନୋନୀତ ହୋଇଥିଲେ। ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ,ଜିଲ୍ଲା ଲୋକ ସମ୍ଫକ ତଥା ସସ୍କୁତି ଅଧିକାରୀ ଅଶୋକ କୁମାର ମିଶ୍ର, କ୍ରୀଡା ଅଧିକାରୀ ଅଜୟ କୁମାର ବେହେରା ଯୋଗଦେଇଥିଲେ।ସେଠାରେ ଉପସ୍ଥିତ ଥିବା ଅଭିନାଶ ହୋତା, କାର୍ୟ୍ୟ କମ ସଯୋଯନା କରିଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ କାଯ୍ୟାଳୟ ର ଅଶୋକ ମିଶ୍ର ଙ୍କ ସହ ବିଭାଗୀୟ କମଚାରି ମାନେ ସହଯୋଗ କରିଥିଲେ।