(ମମତା ସାମଲ)ରିପୋର୍ଟସଟୁଡେ: ଷଣ୍ଢକୁ ପିଟି ଜଳିଗଲା କାର । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗି ଥାନା ହରିଅନ୍ତା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ କାର ଆରୋହୀ । ଟାଙ୍ଗୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ ଯେ, କାରଟି ଚଣ୍ଡିଖୋଲରୁ କଟକ ଯାଉଥିବା ସମୟରେ ହରିଅନ୍ତା ଛକଠାରେ ଏକ ଷଣ୍ଢ ରାସ୍ତା ପାର ହେଉଥିଲା । ଫଳରେ କାର ସହ ଷଣ୍ଢ ୧୦ ଫୁଟ ଘୁଷୁରି ଯାଇଥିଲା । ହଠାତ କାରରେ ନିଆଁ ଲାଗି ଯାଇଥିଲା । ଷଣ୍ଢଟି ଖଣ୍ଡିଆ ଖାବରା ହୋଇ ରାସ୍ତା କଡକୁ ଚାଲିଯାଇଥିଲା । କାରରେ ଥିବା ୪ ଜଣ ଯାତ୍ରୀ ଜୀବନ ବଞ୍ଚାଇ ପଳାଇଥିଲେ । ପ୍ରଚଣ୍ଡ ଶବ୍ଦ ହୋଇ କାର ହୁତ ହୁତ ହୋଇ ଜଳିଯାଇଥିଲା । ଫଳରେ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି ।