ଉତ୍ତରପ୍ରଦେଶ – ସାଙ୍ଗ ସାଜିପାରେ ଜିଅନ୍ତା ରାକ୍ଷସ । ଟଙ୍କା ପଇସା ବିବାଦକୁ ନେଇ ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦିଆଯାଇଛି । ଉତ୍ତରପ୍ରଦେଶରେ ବାଗପତଠାରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଯୁବକଙ୍କର ସାଙ୍ଗ ପ୍ରଥମେ ତାଙ୍କୁ ଅପହରଣ କରିବା ପରେ ତାଙ୍କୁ ଜଙ୍ଗଲକୁ ନେଇ ତାଙ୍କ ଗୁପ୍ତାଙ୍ଗକୁ କାଟି ଜଙ୍ଗଲରେ ଛାଡିଦେଇଆସିଥିଲେ । ଗୁରୁତର ଅବସ୍ଥାରେ ସମୀର ପରିବାର ଲୋକଙ୍କୁ ଫୋନ କରି ସବୁ ଘଟଣା କହିବା ପରେ ପୋଲିସ ଓ ପରିବାର ଲୋକ ପହଞ୍ଚି ସମୀରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ , ୩ ଦିନ ପରେ ଯୁବକଙ୍କ ବିବାହ ଥିଲା। ପୋଲିସ ସୂଚନାନୁଯାୟୀ, ବାଗପତର ସମୀରଙ୍କର ସାଙ୍ଗ ପରଭେଜଙ୍କ ସହ ଟଙ୍କା ପଇସାକୁ ନେଇ ବିବାଦ ଚାଲିଥିଲା। ସମୀର ଅଭିଯୋଗ କରିଛନ୍ତି ଯେ ପରଭେଜଙ୍କ ନାଁ ନେଇ ଆଉ ଦୁଇ ଜଣ ସାଙ୍ଗ ତାଙ୍କୁ ଡାକିନେଇ ଟଙ୍କା ଦେବାକୁ ଚାପ ପକାଇଥିଲେ। ୩ ଦିନ ପରେ ବାହାଘର ଥିବାରୁ ସମୀର ସଙ୍ଗେ ସଙ୍ଗେ ଟଙ୍କା ଦେବାକୁ ମନା କରିଥିଲେ। ଫଳରେ ଦୁଇ ଯୁବକ ସମୀରଙ୍କୁ ଜଙ୍ଗଲକୁ ଉଠାଇ ନେଇ ଗୁପ୍ତାଙ୍ଗ କାଟିଦେଇ ସେଠାରେ ଫିଙ୍ଗି ଦେଇ ଆସିଥିଲେ।