(ଜୟନ୍ତ କୁମାର ସେଠୀ / ପୁରୀ): ପରିଵେଶ ସୁରକ୍ଷା କରୋନା ସଚେତନତା ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ । ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ୨୦୨୦ ଉଦଘାଟନୀ ଉତ୍ସବରେ ବାଲୁକା ଶିଳ୍ପୀ ମାନେ ନିକୁଣ କଳାରେ ପରିବେଶ ସୁରକ୍ଷା , ଜଳବାୟୁ ପରିବର୍ତ୍ତନ ଓ କରୋନା ସଂପର୍କରେ ଜନସଚେତନତା କରାଇଛନ୍ତି । ବିଶେଷକରି ପ୍ଲାଷ୍ଟିକ ମୁକ୍ତ ସମାଜ, ଜଙ୍ଗଲ ନଷ୍ଟ ନ କରି ଜଙ୍ଗଲ ସୁରକ୍ଷା କରିବା ନେଇ ବାର୍ତା ବାଣ୍ଟିଛନ୍ତି ଵାଲୁକା ଶିଳ୍ପୀ । ଯାହାକି ଅତି ହୃଦୟସ୍ପଶୀ ହୋଇପାରିଛି ଦର୍ଶକ ମାନଙ୍କର । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କର ହୃଦୟ ସ୍ପର୍ଶୀ କଳା ଚନ୍ଦ୍ରଭାଗା ବେଳା ଭୂମିରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛି ।
ସେପଟେ ଏହି କାର୍ୟ୍ୟକ୍ରମକୁ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ବାଲୁକା ମହୋତ୍ସବରେ ମୋଟ ୭୦ ଜଣ ବାଲୁକା ଶିଳ୍ପୀ ଯୋଗ ଦେଇଥିବା ବେଳେ ଡିସେମ୍ଵର ୫ ତାରିଖ ପର୍ୟ୍ୟନ୍ତ ନିଜର କଳା ପ୍ରଦର୍ଶିତ କରିବେ କଳାକାର । ଅପରପଟେ କୋଭିଡ କଟକଣା ଭିତରେ ଏହି ମହୋତ୍ସବ ଆୟୋଜନ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାକ୍ସ ଓ ସାନିଟାଇଜ ବ୍ୟବହାର କରି ଏହି ମହୋତ୍ସବ ଉପଭୋଗ କରିବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।