ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ ସଦାଶିବ ପ୍ରଧାନୀ

(ଟୁକୁନା ଖରା / ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ସମବାୟ ସମିତି ଠାରେ ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ। ୮ ଟି ପଂଚାୟତକୁ ନେଇ ଅଂଚଳଗୁମ୍ମା ସମବାୟ ସମିତି ଥିବା ବେଳେ ଗୁରୁବାର ଓ ଶନିବାର ଦିନ ଅଂଚଳଗୁମ୍ମା ମଣ୍ଡିରେ ଟୋକେନ୍ ପାଇଥିବା ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁଶୀଲ କୁମାର ମହାପାତ୍ର କହିଛନ୍ତି।ଚଳିତ ବର୍ଷ (କ) ଶ୍ରେଣୀର ଧାନର ମୂଲ୍ୟ ୧୮୮୮ ଟଙ୍କା ଥିବାବେଳେ ସାଧାରଣ ଶ୍ରେଣୀର ଧାନର ମୂଲ୍ୟ ୧୮୬୮ ରହିଛି। ଚାଷୀ ଯେପରି ଧାନ ବିକ୍ରି ରେ ଅସୁବିଧାର ସମ୍ମୁଖୀନ ନ ହୋଇ ତାଙ୍କର ଉଚିତ ପ୍ରାପ୍ୟ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଲ୍ୟାମ୍ପସ କର୍ମଚାରୀଙ୍କୁ ବିଧାୟକ ତାଗିଦ କରିବା ସହ ମିଲର ମାନଙ୍କୁ ମଧ୍ୟ ଚାଷୀ ମାନଙ୍କୁ ହଇରାଣ ନ କରିବାକୁ କହିଥିଲେ।