ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ; ଜଳିଗଲା ୩୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱ ସାମଗ୍ରୀ ନଷ୍ଟ

ଝାରସୁଗୁଡା/ ସଞ୍ଜୁ– ମୋବାଇଲ ଦୋକନରେ ଭୟାବହ ଅଗ୍ନିକାଣ୍ଡ । ଝାରସୁଗୁଡା ବିଟିଏମ ବକ୍ସି ଛକରେ ଥିବା ଗୋଟିଏ ମୋବାଇ ଦୋକାନରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ଫଳରେ ସବୁ ମୋଇବାଇଲ ଓ ଇଲେକ୍ଟୋନିକ୍ସ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହାର ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ । ସୂଚନାଅନୁସାରେ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ନିଆଁ ଲାଗି ଯାଇଥିଲା । ବିଟିଏମ୍ ବକ୍ସି ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜେସର ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ତେବେ ଅନ୍ୟ ଦୋକାନକୁ ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।