(ଜୟନ୍ତ କୁମାର ସେଠୀ / ପୁରୀ): ଆଜି ବିଶ୍ୱ ଏଡସ ଦିବସ । ଏଡସ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ୟୁଏନ ପକ୍ଷରୁ ଏହି ଦିବସ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ପାଳନ କରାଯାଏ। ଏହି ବିଶେଷ ଦିବସ ଅଵସରରେ ଅନ୍ତର୍ଜାତୀୟ ବାଲୁକାଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାଚିତ୍ର କଳା ମାଧ୍ୟମରେ ଏହି ଦିବସର ସଚେତନତା ବାର୍ତ୍ତା ଦେଇଛନ୍ତି। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମି ଏହି ବାଲୁକାଚିତ୍ର କଳାଟି ସୁଦର୍ଶନ ଗଢି ଥିବା ବେଳେ ଅନେକ ପର୍ୟ୍ୟଟକ ଏହି ବାଲୁକାଚିତ୍ର କଳା ଦେଖିବାକୁ ଉପସ୍ଥିତ ଥିଲେ।