କାର୍ତିକ ମାସ ଯୋଗୁଁ ପରିବା ଦର ଆକାଶ ଛ୍ରୁଆଁ

(ରିପୋର୍ଟସ ଟୁଡ଼େ): ବର୍ତମାନ ଚାଲିଛି ଧର୍ମ ମାସ ବା କାର୍ତିକ ମାସ । ଧର୍ମ ମାସ ହୋଇଥିବାରୁ ଏହି ମାସରେ ଆମିଷ ଖାଇବାକୁ ସାଧାରଣରେ ବାରଣ କରାଯାଇଥାଏ । ଫଳରେ ଲୋକେ ମାନେ ନିରାମିଷ ଭୋଜନ କରିଥାନ୍ତି । ଯାହାର ଫଳସ୍ୱରୂପ ବଜାରରେ ପନିପରିବାର ଚାହିଦା ରହିଥାଏ । ଏହାର ସୁଯୋଗ ନେଇଥାନ୍ତି ବେପାରୀ । ପରିବା କୁ ଆକାଶ ଛୁଆ ଦରରେ ବିକ୍ରି କରିଥାନ୍ତି ବେପାରୀ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱର ପରିବା ବଜାରରେ । ସବୁ ପରିବା ଦର ଆକାଶ ଛୁଆଁ ହୋଇଛି । ତିତଲି ବନ୍ୟାରେ ପନିପରିବା ଫସଲ ଉଜୁଡି ଯିବା ପରେ ୫୦ ଟଙ୍କା ଉପରେ ରହୁଛି ପରିବା ଦର । କାର୍ତିକରେ ପରିବା ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । ପୂର୍ବ ଅପେକ୍ଷା ଏବେ ଦୁଇଗୁଣ ହୋଇଛି ପରିବା । ପ୍ରାୟ ସବୁ ପରିବା ଦର ୫୦ ଟଙ୍କା ଉପରେ ରହିଛି ।
କାର୍ତ୍ତିକରେ ଆକାଶଛୁଆଁ ପରିବା ଦର । ତିତଲି ପ୍ରଭାବରେ ବଢିଲା ଦର । କାର୍ତିକରେ ଅଧିକାଂଶ ଲୋକ ଆମିଷ ଖାଉନଥିବା ବେଳେ ପରିବାର ଉପରେ ଅଧିକ ମାଡ ପଡୁଛି । ଆଉ ଏତିକି ବେଳେ ବଜାରରେ ଗୋଟିଏ ଦୁଇଟି ପରିବାକୁ ଛାଡି ଦେଲେ ବାକି ସବୁ ପରିବା ଦର ୫୦ ଟଙ୍କା ଉପରେ ରହିଛି । ବାଇଗଣ କିଲୋ ପ୍ରତି ୪୦ ରୁ ୫୦ ଟଙ୍କା, ଫୁଲକୋବି କିଲୋ ପ୍ରତି ୬୦ ଟଙ୍କା, ପୋଟଳ କିଲୋ ପ୍ରତି ୬୦ ଟଙ୍କା, ବିନ୍ କିଲୋ ପ୍ରତି ୮୦ ଟଙ୍କା, ଗାଜର କିଲୋ ପ୍ରତି ୭୦ ଟଙ୍କା, ମୂଳା ବିଡାକୁ ୩୦ ଟଙ୍କା । ଶାଗର ଦାମ ମଧ୍ୟ କିଛି କମ୍ ନୁହଁ । ତିତଲି ପରବର୍ତୀ ବନ୍ୟାରେ ଫସଲ ନଷ୍ଟ ହୋଇ ଯିବା ପରେ ଏ ହେଉଛି ତାର ପ୍ରଭାବ ।
ପୂର୍ବରୁ ଗ୍ରାହକ ୨୦୦ ଟଙ୍କାରେ ଯେତିକି ପରିବା କିଣୁଥିଲେ ଏବେ ୪୦୦ ଟଙ୍କାରେ ସେତିକି ପରିମାଣରେ ପରିବା କିଣିବା କଷ୍ଟ କର । ତଥାପି ଏବେ କାର୍ତିକ ମାସରେ ହବିସ ଚାଲିଥିବାରୁ ବାଧ୍ୟ ହୋଇ ଖାଉଟି ପରିବା କିଣୁଥିବା କହିଛନ୍ତି । ସାମୁଦ୍ରିକ ଝଡ ତିତଲି ପ୍ରଭାବରେ ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ପନିପରିବା ଚାଷ ନଷ୍ଟ ହୋଇଯିବାରୁ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି ।