(ସୁରେଶ କୁମାର ସାମନ୍ତରାୟ): ଗତକାଲି ବୋଲଗଡ ବ୍ଲକ ନନ୍ଦିଘୋଷ ଭବନଠାରେ ବ୍ଲକସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବ୍ଲକର ୧୯ଟି ପଞ୍ଚାୟରୁ ଯୁବକମାନେ କାର୍ଯ୍ୟକ୍ରମ ଭାଗ ନେଇଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ରାଜ୍ୟ ସରକାରଙ୍କ ଯୁବ ପ୍ରତିଭା ଅନ୍ୱେଶେନ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଲୁକାୟିତ ଯୁବକଯୁବତୀଙ୍କୁ ସହାୟକ ହେବ ବୋଲି କହିଥିଲେ । ଅନ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଗୋପାଳ ବେହେରା, ପୂର୍ବତନ ଅଧ୍ୟକ୍ଷ ରଘୁନାଥ ପତଙ୍ଗି, ଯୁବସଭାପତି ରବିନ୍ଦ୍ର ସୁବୁଦ୍ଧି, ଜିଲ୍ଲା ସଂଯୋଜକ ଶ୍ରୀବାସ୍ତବ ମହାନ୍ତି, ବୋଲଗଡ ବ୍ଲକ ସଂଯୋଜକ ପ୍ରମୁଖ ବିଜୁ ଯୁବ ବାହାନୀ ଲକ୍ଷ୍ୟ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ବିଜୁବାବୁଙ୍କ ଭଳି ଅଦ୍ୟମ ଉତ୍ସାହ ନେଇ ବିଜୁ ବାହାନୀ ସମାଜର ଉନ୍ନତି ନିର୍ମିତ କାର୍ଯ୍ୟକରିବା ପାଇଁ ଆହ୍ୱନ କରିଥିଲେ । ଶେଷରେ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।