କାବୁଲ: ମଙ୍ଗବାର ଆଫଗାନିସ୍ତାନର ମୈଦାନ ୱାରଡାକ କ୍ଷେତ୍ରର ଜାଲରେଜ ଜିଲ୍ଲାରେ ଦୁଇଟି ରାସ୍ତା କଡ ବୋମା ବିସ୍ଫୋରଣରେ ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । କ୍ଷେତ୍ରର ଗଭର୍ନର ଅଫିସରୁ ଏନେଇ ସୂଚନା ଜାରି କରାଯାଇଛି । ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ୪ ଶିଶୁ ଥିବା ସ୍ଥାନୀୟ ଟୋଲୋ ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇଟି ବିସ୍ଫୋରଣରେ ଗୋଟିଏ ବସ ଓ ଗୋଟିଏ କାର କ୍ଷତିଗ୍ରସ୍ତ ହୋଇଛି । ଆହତମାନଙ୍କୁ କ୍ଷେତ୍ରର ଚିକିତ୍ସାଳୟରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଇଥିବା ଚିକିତ୍ସାଳୟର ମୁଖ୍ୟ ସୂଚନା ଦେଇଛନ୍ତି ।
ଏହି ବିସ୍ଫୋରଣ ପାଇଁ କୌଣସି ବି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଦେଶରେ ଦେଖାଦେଇଛି ହିଂସା । ପୂର୍ବ ସପ୍ତାହରେ ଆଫଗାନିସ୍ତାନର ପଶ୍ଚିମ ଭାଗରେ ଥିବା ଘୋର କ୍ଷେତ୍ରରେ ଏକ କାର ବିସ୍ଫୋରଣରେ ୧୫ ଜଣ ମୃତ୍ୟୁବରଣ କରିଥିଲେ । ଟୋଲୋ ନ୍ୟୁଜ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି, ଜାଲରେଜ ଜିଲ୍ଲାର କୋଟା ଆସ୍ରୋ ଗାଁରେ ଏକ ସପ୍ତାହ ପୂର୍ବରୁ ହୋଇଥିବା କାର ବୋମା ବିସ୍ଫୋରଣ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା । ସୁରକ୍ଷା ପୋଷ୍ଟର ୪ ଜଣ ଆହତଙ୍କୁ ଛାଡି ସମସ୍ତେ ମୃତ୍ୟୁବରଣ କରିଥିଲେ ।