(ସର୍ବେଶ୍ୱର ପାତ୍ର): ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବାରୁଆ ପଞ୍ଚାୟତରେ ବିଜେଡିର ପଦଯାତ୍ରା ସହ ୱାର୍ଡ କମିଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ବାରୁଆ ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ନେତୃତ୍ୱରେ ବିଜେଡ଼ି ପଦଯାତ୍ରାରେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଜିଲ୍ଲା ପର୍ୟ୍ୟବେକ୍ଷକ ବିଜୟ ନାୟକ, ସରପଞ୍ଚ ମମତା ମ।ହୁନ୍ତ, ଜିଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡା, ପ୍ରେମାନନ୍ଦ ସାହୁ , ଶିଶିର କାନ୍ତ ବେହେରା, ଲଳିତ ସାହୁ, ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ନେତା ଦେବରାଜ ସାହୁ ବିଜେଡିରେ ଯୋଗଦେଇଥିଲେ ଶେଷରେ ବିଜେଡି ୱାର୍ଡ କିମିଟ ସଭ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।