(ସଂଜୁକ୍ତା ବେହେରା): ଅଲ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ତାମିଲ ନାଡୁର ତିରଚିରୁ ଦୁବାଇ ପାଇଁ ବାହାରିଥିବା ଏୟାର ଇଣ୍ଡିଆର ବିମାନ କାନ୍ଥକୁ ଧକ୍କା ଦେଇଛି । ଫଳରେ ୧୩୬ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏହି ବିମାନ ରନ-ୱେରୁ ଉଠୁଥିବା ବେଳେ ବିମାନବନ୍ଦର ପରିସରରେ ଥିବା କୋଠା ଓ କାନ୍ଥକୁ ଧକ୍କା ଦେଇଥିଲା । ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ । ବିମାନଟି ଟେକଅପ କରୁଥିବାବେଳେ ବିମାନର କିଛି ଚକ କୋଠାରେ ଲାଗିଯାଇଥିଲା । ଫଳରେ ବିମାନଟି କୋଠା ଓ କାନ୍ଥକୁ ଧକ୍କା ଦେଇଥିଲା । ପରେ ବିମାନକୁ ସୁରକ୍ଷିତ ଭାବରେ ମୁମ୍ବାଇରେ ଲ୍ୟାଣ୍ଡ କରି ଦିଆଯାଇଥିଲା । ବିମାନ ମୁମ୍ବାଇରେ ଅବତରଣ କରିବା ପରେ ବିମନବନ୍ଦରର ଅଧିକାରୀମାନେ ଘଟଣାର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ବିମାନ ସହିତ ହୋଇଥିବା ଏହି ଘଟଣା ପରେ ରୁଟ ପରିବର୍ତ୍ତନ କରି ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଥିଲା । ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ବିମାନର ତଳ ଅଂଶକୁ କ୍ଷତି ପହଞ୍ଚାଇଥିଲା । ବିମାନ ଏତେ ବଡ଼ ଧକ୍କା ଦେଇଥିଲା ଯେ ବିମାନବନ୍ଦରନର କିଛି କାନ୍ଥ ଭାଙ୍ଗି ଯାଇଥିଲା । ମାତ୍ର ଖୁସିର ବିଷୟ ଯେ ୧୩୬ ଲୋକଙ୍କ ଜୀବନ ନିରାପଦ ଥିଲା ।