ନୂଆ ଓଡିଶା ୟୁଥ କୋର୍ଡିନେଟର କର୍ମଶାଳା ଅନୁଷ୍ଠିତ

(ସର୍ବେଶ୍ୱର ପାତ୍ର): ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଯୁବ ମୋର୍ଚା ତରଫରୁ ” ମିଶନ ନୂଆ ଓଡିଶା ୟୁଥ କୋର୍ଡିନେଟର କର୍ମଶାଳା ” ଅନୁଷ୍ଠିତ ହୋଇଛି । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ମହୋଦୟ, ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରସନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଶତ୍ରୁଘ୍ନ ଜେନା, ଭାରତୀୟ ଜନତା ଯୁବମୋର୍ଚା ଓଡିଶା ପ୍ରଦେଶର ସମ୍ପାଦକ ଦୀପକ କୁମାର ଗୋଛୟତ, ଓଡିଶା ପ୍ରଦେଶର ଉପ ସଭାପତି ରୁଦ୍ରନାରାୟଣ ଷଡ଼ଙ୍ଗୀ, କାମାକ୍ଷା ନଗର ଯୁବମୋର୍ଚା ପ୍ରଭାରୀ ଅଞ୍ଜନ ପାଣି, ପ୍ରେମାନନ୍ଦ ଜେନା, ଉପେନ୍ଦ୍ର ମହାଖୋଡ଼, ରତ୍ନପ୍ରଭା ପଣ୍ଡାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କର୍ମଶାଳାର କାର୍ୟ୍ୟକ୍ରମ କରାଯାଇଥିଲା ।