ମହିଳାଙ୍କୁ ଅସଦାଚରଣ କଲେ ବିଧାୟକ ଅନନ୍ତ,ଥାନାରେ ମାମଲା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଥାନାରେ ଅଭିଯୋଗ । ଥାନାରେ ଅଭିଯୋଗ କଲେ ପିଡିତା ମହିଳା । ମହିଳା ଜଣଙ୍କ ଘରେ ଏକା ଥିବା ସମୟରେ ତାଙ୍କ ସ୍ୱାମୀ ଘରେ ନ ଥିଲେ । ଏହି ସମୟରେ ବିଧାୟକ ବଳ ପୂର୍ବକ ତାଙ୍କ ଘରେ ପସି ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଦେଇଛନ୍ତି ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି । ଗତ ୧୯ ତାରିଖର ଏପରି ଘଟଣା ଘଟିବା ନେଇ ଅଭିଯୋଗ ପରେ ଏତଲାକୁ ଆଧାର କରି ବିଧାୟକଙ୍କ ନାରେ ମାମଲା ରୁଜୁ କରିଛି ବାଘମାରୀ ଥାନା ପୋଲିସ । ବାଘମାରୀ ଥାନା ଆଇପିସିର ଧାରା ୨୯୪, ୫୦୬, ୪୪୮, ୩୫୪-ବି ଏବଂ ୩୪ ଆପିସିରେ ମାମଲା ରୁଜୁ କରିଛି ପୋଲିସ । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଘଟଣାର ଅଭିଯୋଗ ନେଇ ତଦନ୍ତ ଚାଲିଛି । ଅନ୍ୟପଟେ ଏହି ଘଟଣାରେ ମୁହଁ ଖୋଲି ନାହାଁନ୍ତି ବିଧାୟକ ।