ଗତକାଲିଠାରୁ ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ଆରମ୍ଭ ହୋଇଛି

(ଓମ୍ ପ୍ରକାଶ ମିଶ୍ର): ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ଆରମ୍ଭ ହୋଇଛି।ଏହି ଯାତ୍ରା କମିଟିର ସମାଜ ସେବୀ ଶ୍ରୀ ବଛ ମଲ୍ଲିକ ଉପସ୍ଥିତ ରହି ଅଶ୍ୱିନୀ ମାସ ମହାଳୟାରୁ କାର୍ତ୍ତିକ ପ୍ରତିପତା ପର୍ୟ୍ୟନ୍ତ ଦିଘ ୧୬ ଦିନ ଧରି ଚାଲୁଥିବା ସୋନପୁର ସହରର ବିଭିନ୍ନ ଶକ୍ତିପୀଠରେ ତଥା ସୁରେଶ୍ୱରି, ଖମେଶ୍ୱରୀ, ସମଲେଶ୍ୱରୀ, ଦଶମତୀ, ଜୂଡାଖୁମ୍ବ ,ଭଗବତୀ ଆରମ୍ଭ ହୋଇଛି। ସୁରେଶ୍ୱରିମନ୍ଦିରରୁ ଖୋଲ ଫିଟା ମାଟିକୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମଲେଶ୍ୱରୀ ମନ୍ଦିରକୁ ଅଣାଯାଇଥିଲା ପରେ ରାତିରେ ସମଲେଶ୍ୱରୀ, ମନ୍ଦିରରେ ଯନ୍ତ୍ର ମନ୍ତ୍ର କଟାଯାଇ ରିତୀ ନିତିରେ ପୂଜା କରାଯାଇ ବରୁଆଙ୍କ ଦେହରେ ଦେବୀ ଆଭିଭାବ କରାଯାଇଥିଲା।ତାପରେ ଦୁଇଟିବରୁଆଙ୍କୁ ମନ୍ଦିରରୁ ବାହାର କରାହୋଇ ବଉଳ ତଳ ଦେଇ ବୁଢ଼ା ରଜା ମନ୍ଦିରକୁ ନିଆ ଯାଇଥିଲା । ସେଠି ବୁଢାରଜା ବଳୀଯାତ୍ରା କମିଟି ପକ୍ଷରୁ ଏକ ନାଚଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଲଡୁକିଶୋର ମଲ୍ଲିକ ଓ ସେବାୟତ ମାନେ ଉପସ୍ଥିତ ରହିଥିଲେ।