ମାତୃ ସମ୍ମୀଳନି

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଷରରେ ଗତକାଲି ଶିଶୁ ବାଟିକାର ମାତୃ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି।ଶିଶୁ ବାଟିକା ପ୍ରମୁଖ ସୁପ୍ରଭା ପ୍ରଧାନ ସମ୍ମୀଳନିର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ପ୍ରଧାନ ଆଚାର୍ୟ୍ୟ ଗୌର ଚନ୍ଦ୍ର ନନ୍ଦ ଅଧ୍ୟକ୍ଷତା କରିଥିଲେ। ରାଜସ୍ୱ ଅଧୀକାରିଣୀ ଝରଣା ପ୍ରଧାନ ମୁଖ୍ୟଅତିଥି ପରିଚାଳନା କମିଟି ଉପସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସହସମ୍ପାଦକ ରାମକୁମାର ଆଚାର୍ୟ୍ୟ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଶିଶୁର ବିକାଶରେ ମାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।