(ଚିତ୍ତରଞ୍ଜନ ସାହୁ ): ଆଜି ପବିତ୍ର ମହାଳୟା । ଏହି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶିବାଦ ମିଳିଥାଏ । ଏହି ଅବସରରେ ବରଗଡ ଜିଲ୍ଲା ବରପାଲି ଠାରେ ମାଁ ସମଲେଶ୍ୱରୀଙ୍କ ଧବଳ ମୁଖୀ ବେଶ ବା ଗଙ୍ଗା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ପୌରାଣିକ ଯୁଗରୁ ଲେଖା ଅଛି ଏବଂ ଲୋକ କହିବା ଅନୁସାରେ ମହାଲୟା ଦିନ ପ୍ରାତଃ ରୁ ମାଁ ସମଲେଶ୍ବରୀଙ୍କ ଧବଳ ମୁଖୀ ବେଶ ଦର୍ଶନ କଲେ ଷାଠିଏ ବର୍ଷର ପୁଣ୍ୟ ମିଳିଥାଏ ଏବଂ ଏହା ବହୁ ପୁରୁଣା ପ୍ରଥା ମଧ୍ୟ ଚାଲି ଆସିଛି। ମଧ୍ୟ ରାତ୍ରିରୁ ପ୍ରଥମେ ମନ୍ଦିର ପୂଜକ ମନ୍ଦିର ଭିତରକୁ ଯାଇ କବାଟ ବନ୍ଦ କରି ମାଁ ଙ୍କୁ ପୂଜା ଅର୍ଚ୍ଚନା କରି ଗଙ୍ଗା ସ୍ନାନ କରି ମାଁ ଙ୍କୁ ଧବଳ ମୁଖୀ ବେଶରେ ସଜାଇଥାନ୍ତି । ଭୋର ପ୍ରୟା ୪ ଘଣ୍ଟା ସମୟରେ ମନ୍ଦିର ଖୋଲି ଥାନ୍ତି। ମାଙ୍କର ଏହି ବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥାଏ।