ଲକଡାଉନ ନ ବଢିଲେ ବାତିଲ ହେବ ଖରାଛୁଟି

(ରିପୋଟର୍ସ ଟୁଡେ/କଟକ): ଲକଡାଉନ ନ ବଢିଲେ ବାତିଲ ହେବ କୋର୍ଟ ଖରାଛୁଟି । ମେ ୩ ପରେ ଯଦି ଲକଡାଉନ ନ ବଢେ ତାହାଲେ ଉଭୟ ଓଡିଶା ହାେଇକୋର୍ଟ ଓ ତଳ କୋର୍ଟରେ ଖରାଛୁଟି ବାତିଲ ହେବ । ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି, ସମ୍ପାଦକ, ଉପସଭାପତି ଓ ଆଡଭୋକେଟ ଜେନେରାଲଙ୍କ ସହ ଆଲୋଚନା ପରେ ହାଇକୋର୍ଟ କ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । କୋରୋନା ଭସଂକ୍ରମଣ ପାଇଁ ଲକଡାଉନ ହୋଇଥିବାରୁ କୋର୍ଟ ବନ୍ଦ ରହିଥିବାରୁ ଖରାଛୁଟିରେ କୋର୍ଟ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି । ବିଶେଷ କରି ଲକଡାଉନ ସମୟରେ ଜରୁରୀ ମାମଲା ଶୁଣାଣି ପାଇଁ ହାଇକୋର୍ଟ ଏକ ଘଣ୍ଟା ଖୋଲୁଥିଲା ଏବଂ ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂି ଦ୍ୱାରା କରାଯାଉଥିଲା । ତଳ କୋର୍ଟ ପାଇଁ ମଧ୍ୟ ଏହି ନିୟମ ଲାଗୁ କରାଯାଇଥିଲା । ଯଦି ମେଁ ୩ ତାରିଖ ପରେ ଲକଡାଉନ ନ ଉଠେ ତେବେ ଏହି ପରି ଭିଡିଓ କନଫରେନ୍ସି ମାଧ୍ୟମରେ ଜରୁରୀ ମାମଲାର ଶୁଣାଣି କରାଯିବ ବୋଲି କୁହାଯାଇଛି ।