ରାଜ୍ୟରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ,ଭୁବନେଶ୍ୱରରୁ ୨ ସୁସ୍ଥ ହେଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଦୁଇ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁଚନାନୁଯାୟୀ, ଆଜି ରାଜ୍ୟରେ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଘର ବାଲେଶ୍ୱର ଜିଲ୍ଲା ହୋଇଥିବା ବେଳେ ଅନ୍ୟ ଜଣେ କୋରାପୁଟ ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ କର୍ମୀ । ତେବେ କୋରୋପୁଟ ଜିଲ୍ଲାକୁ କୋରୋନା ଆକ୍ରାନ୍ତ ପ୍ରଥମ ବୋଲି ଜଣାପଡିଛି । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋରୋନା ହୋଇଥିବା ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ କୋରୋନା ପଜେଟିଭ ରିପୋର୍ଟ ଆସିଛି । ସେ ପଶ୍ଚିମବଙ୍ଗୋରୁ ଫେରିଥିବା ଜଣାପଡିଛି ।

ଅନ୍ୟପଟେ ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ସୁସ୍ଥ୍ ହୋଇ ଘରକୁ ଫେରିଛନ୍ତି । ଦୁହେଁ ଭୁବନେଶ୍ୱରର ବୋଲି ଜଣାପଡିଛି । ତେବେ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ୧୧୦ ରେ ପହଞ୍ଚିଥିବା ବେଳେ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୪ ଆକ୍ରାନ୍ତ ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।