(ପ୍ରସାନ୍ତ ସ୍ୱାଇଁ) : ବିଜୁ ଜନତା ଦଳ ପାରାଦୀପ ନିର୍ବାଚନ ପକ୍ଷରୁ କୁଜଙ୍ଗ ଠାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଶତାଧିକ ମହିଳାମାନେ ସାମିଲ ହେବା ସହ ରାଜ୍ୟ ନେତୃବର୍ଗ ସାମିଲ ହୋଇଛନ୍ତି । ବିଜେଡ଼ିରୁ ବରିଷ୍ଠ ନେତା ଡ଼ ଦାମୋଦର ରାଉତ ବହିଷ୍କୃତ ହେବାପରେ ଏହା ହେଉଛି ଦଳର ପ୍ରଥମ ସମାବେଶ । ଆଗାମୀ ଦିନରେ ନିର୍ବାଚନ ପାଖେଇ ଆସୁଥିିବାରୁ ଏହି ସମାବେଶ ଦଳର ଲୋକପ୍ରିୟତାକୁ ପ୍ରମାଣ କରିଛି ବୋଲି ଦଳ କହିଛି । ଏହି ସମାବେଶରେ ରାଜ୍ୟ ବିଜୁ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ୍, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ସାଂସଦ କୂଳମଣୀ ସାମଲ, ତିର୍ତୋଲର ବିଧାୟିକା ଡ଼ଃ ରାଜଶ୍ରୀ ମଲ୍ଲିକ୍ , ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲଇଙ୍କ ସମତେ ବହୁ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।