ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ। ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ବଡ଼ ଅପଡେଟ୍ ରହିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାକୁ ନେଇ ସମସ୍ୟା ଦେଖାଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଟାଇଁଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ତେବେ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି । ଆସନ୍ତା କାଲିଠାରୁ ସାରା ରାଜ୍ୟରେ ସ୍କୁଲ ଛୁଟି।
ଏଣିକି ଅନଲାଇନରେ ହେବ ପାଠପଢ଼ା।ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସାଇନମେଣ୍ଟ ସହିତ ସଂଯୁକ୍ତ ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲର ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କ ସହିତ ସେୟାର କରାଯିବ। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ହେବ । ଏହା ସହିତ ସ୍କୁଲର ସମ୍ପୃକ୍ତ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଦ୍ୱାରା ଯୋଗାଯୋଗ କରିବା ପାଇଁ ଯୋଜନା କରିବେ। ଯାହା ଦ୍ୱାରା ସେମାନଙ୍କୁ ଶୈକ୍ଷିକ ସହାୟତା ପ୍ରଦାନ କରାଯାଇପାରିବ। ସେମାନଙ୍କର ସନ୍ଦେହ ଦୂର କରାଯାଇପାରିବ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଟେଲିଫୋନ୍ କିମ୍ବା ସ୍କୁଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ କାର୍ଯ୍ୟ ତଦାରଖ କରାଯାଇପାରିବ। ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୭ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଆଉ ପ୍ରସ୍ତାବ ଦିଆଯିବାର ଦିନକ ପରେ ସ୍କୁଲ ଛୁଟି ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।