ମାଆ ତାରିଣୀଙ୍କ ମନ୍ଦିରରେ ଲୁଟ

ଆଜି ଉମରକୋଟ ଥାନା ବେହେଡା ତାରିଣୀ ମାଆ ଙ୍କ ମନ୍ଦିର ରେ ଦୁର୍ବୁତ୍ତ ମାନେ ପଶି  ଚାନ୍ଦୀ ଅଳଂକାର ଓ ଦାନ ହୁଣ୍ଡୀ ଟଙ୍କା ଲୁଟ କରିଥିବା  କଥା ମନ୍ଦିର ପରିଚାଳନା କମିଟି ଜାଣିବା ପରେ ଥାନା ର ଦ୍ୱାରସ୍ଥ ହେଇଛନ୍ତି। ମନ୍ଦିର କମିଟି ସଦସ୍ୟ ଙ୍କ କହିବା ଅନୁଯାୟୀ ଆଜି ସକାଳୁ ମନ୍ଦିର ର କବାଟ ଭଙ୍ଗା ଯାଇଥିବା ଖବର ପାଇ ଆସିଲା ବେଳ କୁ  ଦୁର୍ବୁତ୍ତ ମାନେ ମାଆ ଙ୍କ ର ମୂର୍ତ୍ତି ଭାଙ୍ଗି ଚାନ୍ଦି ନିର୍ମିତ ଦୁଇ ଆଖି, ରୁପା ମୁକୁଟ, ଅଳଂକାର ଓ ଦାନ ହୁଣ୍ଡୀ ଭାଙ୍ଗି ଟଙ୍କା ନେଇଯାଥିବା ଜାଣି ବାକୁ ପାଇଥିଲେ। ଏ ସମ୍ପର୍କ ରେ କମିଟି ସଭାପତି ଓ ସଦସ୍ୟ ମାନେ ତୁରନ୍ତ ଥାନା କୁ ଆସି ଏକ ଲିଖିତ ଅଭିଯୋଗ କରି ଥିବା ଜଣାଇଛନ୍ତି। ଚୋରି ସାମଗ୍ରୀ ର ମୂଲ୍ୟ 50000 ଟଙ୍କା ରୁ ଉର୍ଦ୍ଧ ହେଇଥିବା ବେଳେ ଦାନ ବାକ୍ସ ରେ ଥିବା ଟଙ୍କା ର ଆକଳନ ହିସାବରେ 30000 ରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି।