ରାସ୍ତା ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ସରାଙ୍ଗ ନିକଟରେ ଆଜି ଭାରତୀୟ ଯୁବକ ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ବହ୍ଲର ଛକ ଠାରୁ ଭୁବନ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛ । ପ୍ରତି ଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ଯାଉଛି । ରାସ୍ତାର ତୁରନ୍ତ ମରାମତି ଦାବିରେ ରାସ୍ତା ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।