ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ଏହିପରି ସ୍ଥିତିରେ ଜନସମ୍ପର୍କ ବଜାୟ ରଖିବାକୁ ପଡ଼ିବ। ଏହାସହ ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଡାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ହାତକୁ ମୁହଁ ପାଖକୁ ଆଣନ୍ତୁ ନାହିଁ । ଯଦି ସନ୍ଦେହ ହେଉଛି ତେବେ ସଙ୍ଗରୋଧ ହୁଅନ୍ତୁ । ଯୁଦ୍ଧକାଳୀନ ଭିତ୍ତିରେ ୬ମାସ ପାଇଁ ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ କରିଛନ୍ତି । ଜିଲ୍ଲାପ୍ରଶାସନ ଠାରୁ ପଞ୍ଚାୟତ ସ୍ତର ଯାଏଁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାପ୍ରଶାସନ, ପୋଲିସ, ବ୍ଲକ ଅଫିସରଙ୍କୁ ଏନେଇ ଦାୟିତ୍ୱ ଅବଗତ କରାଯାଇଛି । ଶେଷକୁ ସେ କହିଛନ୍ତି ଯେ ଜାତି, ଧର୍ମ ଓ ରାଜନୀତିରୁ ଉପରକୁ ଆସି କରୋନା ମୁକାବିଲା କରିବା । ଏହାସହ ପ୍ରତ୍ୟେକ ଦିନ ସାଢ଼େ ୪ଟାରେ କରୋନା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଗତକାଲି କରୋନା ସଚେତନ ପାଇଁ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କରୋନା ସମ୍ପର୍କିତ ଆଇଇସି ଅର୍ଥାତ ସୂଚନା, ଶିକ୍ଷା ଓ ଯୋଗାଯୋଗ ଟିମର ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ମୁଖପାତ୍ର ହୋଇଥିଲେ ସୁବ୍ରତ । ଏହାସହ କରୋନା ଭାଇରସ ସଂକ୍ରାନ୍ତରେ ଆସୁଥିବା ତଥ୍ୟ ଉପରେ ନଜର ରଖିବା ସହ ସାମ୍ବାଦିକ ସମ୍ମିଳନୀ କରୁଥିବା ଟିମକୁ ମଧ୍ୟ ସେ ପରାମର୍ଶ ଦେବେ ।
ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଭାରତରେ କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।