(ପାଟଣା / ବିଜୟ କୁମାର କାରୁଆ ): ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମାନସିକ ରୋଗୀ ଚିକିତ୍ସା ଶିବିର ଅନିଷ୍ଠତ ହୋଇଯାଇ ଛି। ଏହି ଶିବିର ଟି ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇ ଥିବା ବେଳେ ଚିକିତ୍ସା ଅଧିକାରୀ ଡକ୍ଟର ସୁପ୍ରକାଶ ସତପଥୀ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୪୫ଜଣ ମାନସିକ ରୋଗୀ ଉପସ୍ଥିତ ଥିଲେ। କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରୁ ବିଶେଷଜ୍ଞ ଡକ୍ଟର ସୁଶାନ୍ତ କୁମାର ମାଗି ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। ଏହି ଚିକିତ୍ସା ଶିବିର ୩୪ଜଣ ପୁରୁଣା ରୋଗୀ ୧୧ଜଣ ନୂତନ ମାନସିକ ରୋଗୀ ଉପସ୍ଥିତ ଥିଲେ। ରୋଗୀ ମାନଙ୍କୁ ପରୀକ୍ଷା ପରେ ମାଗଣା ରେ ଔଷଧ ପ୍ରଦାନ କରାଯାଇ ଥିଲା। ଏହି ଶିବିର କାର୍ୟ୍ୟକ୍ରମ ରେ କେନ୍ଦୁଝର ରୁ ବିକାଶ ରଞ୍ଜନ ମହାନ୍ତ ଓ ଏସ୍ଷ୍ଟାପ ନର୍ସ ଜୟନ୍ତୀ ଦାଶ ଉପସ୍ଥିତ ଥିବା ବେଳେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ ଦୀପକ କୁମାର ନାଏକ,ମହିଳା ସ୍ୱାସ୍ଥ୍ୟ କର୍ମୀ ସରୋଜିନୀ ସେଠୀ, ଭାଗିରଥି ବେହେରା,ତପନ କୁମାର ଜେନା,ବିରଞ୍ଚି ନାରାୟଣ ପଣ୍ଡା,ରଞ୍ଜିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।