ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଆନ୍ଦୋଳନ

(ମନିଲ କୁମାର ମହାରଣା) : ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଓ ବିଭାଗର ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା କରିଛି ବୋଲି ଅଭିଯୋଗ ହୋଇଛି । ଏହି ପ୍ରତିବାଦରେ ସେସୁର ୩୩/୧୧ କେଭି ଷ୍ଟ୍ରକଚର କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦେଳନ ଆରମ୍ଭ କରିଛନ୍ତି । ପାୱାର ଏମ୍ପୋଇଜ ୟୁନିଅନ ଡ଼ାକରାରେ ଚାଇଁପାଳସ୍ଥିତ ତାଳେଚେର ଇଲେକଟ୍ରିକାଲ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଠିକା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ଶ୍ରମିକ ପ୍ରଥା ସ୍ଥାୟୀ ସଂସ୍ଥାରୁ ଉଚ୍ଛେଦ କରିବା ଶ୍ରମିକ ତାର ସର୍ବନିମ୍ନ ମଜୁରୀ, ଭତ୍ତା, ଇ.ପି.ଏଫ୍ ପ୍ରଦାନ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ସମେତ ଅନ୍ୟାନ୍ୟ ଅସୁବିଧାକୁ ତୁରନ୍ତ ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଆନ୍ଦୋଳନ ହେତୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସେବା କ୍ଷେତ୍ରରେ ବାଧା ସୃ୍ଷ୍ଟି ହୋଇଛି । ତେବେ ଊପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ହିଁ କିଛି ନିଷ୍ପତ୍ତି ସମ୍ଭବ ହୋଇପାରିବ ବୋଲି ଚାଇଁପାଳସ୍ଥିତ ସେସୁର ଜେ.ଇ ପ୍ରକାଶ କରିଛନ୍ତି ।
.