( ମମତା ସାମଲ): ୨୮ ତାରିଖରେ ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘ ଡାକିଥିବା ଓøଷଧ ବ୍ୟବସାୟ ବନ୍ଦ ଡାକରାକୁ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସମର୍ଥନ କରିଛି । ଫଳରେ ରାଜ୍ୟର ୨୨ହଜାର ଔଷଧ ଦୋକାନୀ ଇ ଫାର୍ମାସୀ ଓ ଅନଲାଇନ୍ ଔଷଧ ବିକ୍ରି ପ୍ରକ୍ରିୟାକୁ ବିରୁଦ୍ଧ କରି ୨୪ ଘଣ୍ଟିଆ ବନ୍ଦରେ ସାମିଲ ହେବେ । ରାଜ୍ୟ ସଂଘର ଭାରପ୍ରାପ୍ତ ସମ୍ପାଦକ ଓ ସଭାପତିଙ୍କ କହିବାନୁଯାୟୀ ବାରମ୍ବାର ଅଖିଳ ଭାରତୀୟ ମହାସଂଘ ଏହି ପ୍ରସ୍ତାବକୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇଛି ।
ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ବଡ ବ୍ୟବସାୟୀମାନେ କେନ୍ଦ୍ର ସରକାରଙ୍କ ଔଷଧ ବିତରଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି । ଅନଲାଇନ ଓ ସୋସିଆଲ ମିଡିଆରେ ବିଜ୍ଞାପନ ସହ ପ୍ରଚାର ପ୍ରସାର ଖୁବ୍ ଜୋରରେ ଚଳାଇ ଲୋକଙ୍କ ଜୀବନ ସହ ଖୋଲାଖୋଲି ଖେଳ ଖେଳୁଛନ୍ତି । ଯାହାକି ସର୍ବଭାରତୀୟ ସ୍ତରରେ ଥିବା ୧୦ ଲକ୍ଷ ଔଷଧ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି । ଆଗାମୀଦିନରେ ଏହାପ୍ରତି କୌଣସି ଦୃଷ୍ଟି ନଦିଅନ୍ତି ତେବେ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଔଷଧ ଦୋକାନ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି । ବନ୍ଦ ସମୟରେ ଜରୁରୀକାଳୀନ ସେବା ଯୋଗଇ ଦେବା ପାଇଁ ସରକାରୀ ଓ ବେସରକାରୀ ହସ୍ପିଟାଲ ପରିସରରେ ରହିଥିବା ଦୋକାନ ଖୋଲା ରହିବ ।