(ମନିଲ କୁମାର ମହାରଣା): ତାଳଚେର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନର ପ୍ରଥମ ପର୍ୟ୍ୟାୟ ଚିହ୍ନଟ ଶିବିର ସ୍ଥାନୀୟ ଦେଉଳବେଡ଼ା ଇନଷ୍ଟିଚ୍ୟୁଟ କ୍ଳବ ଠାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ବ୍ଲକ ଓ ପୌରାଞ୍ଚଳରେ ବାସ କରୁଥିବା ଭିନ୍ନକ୍ଷମମାନେ ଉକ୍ତ ଶିବିରକୁ ଆସି ନାମ ପଞ୍ଜିକରଣ କରିଥିଲେ କ୍ଷ ଉକ୍ତ ଶିବିରରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଵି.ଡି.ଓ ନେତ୍ରାନନ୍ଦ ମଲିକ,ଜିଲ୍ଲା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଡ ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ତାଳଚେର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ଏହାକୁ ପରିଚାଳନା କରିବା ସଂଗେସଂଗେ ସରକାରଙ୍କର ସାମାଜିକ ସୁରକ୍ଷକ୍ଷଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।
ଉକ୍ତ ଶିବିରରେ ଆଖି ବିଭାଗର ୫୩ ଜଣ,ନାସା କର୍ଣ୍ଣ ଓ ଗଳା ବିଭାଗର ୫୦ ଜଣ ଅସ୍ଥି ଶଲ୍ୟ ବିଭାଗର ୧୭୨ ଜଣ,ମାନସିକ ଅନଗ୍ରସର ୫୭ ଜଣ ଏହିପରି ୭ ଶହରୁ ଉଦ୍ଧ୍ୱର୍ ଲୋକ ଅଂଶଗ୍ରହଣ କରିଥିବା ବେଳେ ୩୩୨ରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇଥିଲା। ଅନୁଗୋଳ ଜିଲ୍ଲା ମେଡିକାଲରୁ ଆସିଥିବା ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉକ୍ତ ଶିବିରରେ ଡିଆରଆଇ ଲୋନ, ଭିନ୍ନକ୍ଷମ ଭତ୍ତା, ବିବାହ ପ୍ରୋତ୍ସାହନ ପ୍ରଭୁତି ଯୋଜନାର ଶିବିର ଖୋଲାଯାଇ ଲୋକମାନଙ୍କୁ ସଚେତନ କରା ଯାଇଥିଲା । ଉକ୍ତ ଶିବିରରେ ସମାଜସେବୀ କ୍ଷୀରୋଦ ସାହୁ, ବିଭିନ୍ନ ବେସରକାରୀ ସଂସ୍ଥାର କର୍ମକର୍ତା,ପଂଚାୟତ ନିର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ,ବ୍ଲକ କର୍ମଚାରୀ ପ୍ରଭୁତି ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ ।
।