ଲେବଲ କ୍ରସିଂ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

(ମନିଲ କୁମାର ମାହରଣା): ତାଳଚେର ବ୍ଲକ ବନ୍ତୁଲ ନିକଟସ୍ଥ ରେଳବାଇ ଲେବୁଲ କ୍ରସିଂ ରେଳ ଧାରଣାରୁ ନିକଟରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ମୃତକ ଜଣକ ବନ୍ତୁଲ ନିକଟସ୍ଥ ମୁଣ୍ଡା ହଟିଙ୍ଗର ସୁଷେନ ନାଏକ ବୋଲି ଜଣା ପଡିଛି ।

ଆଜି ସକାଳେ ତାଙ୍କ ଶରୀର ରେଳ ଧାରଣାରେ କଟି ଯାଇଥିବା କିଛି ଲୋକ ଦେଖି ରେଳବାଇ ପୋଲିସ ସୂଚନା ଦେଇଥିଲେ । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି କ୍ଷ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ପୋଲିସ କହିଛି ।