(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ବିରୋଧିଦଳ ନେତା ନରସିଂହ ମିଶ୍ର ଅଭିଜିତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେଣୁ ସ୍ୱାଧୀକାର ନୋଟିସ୍ ଡାକାଯାଇଥିଲା । ନରସିଂହ କହିଥିଲେ ଯେ, ଅଣଓଡିଆ ଅଭିଜିତ ଆୟର କୋଣାର୍କ ଓ ପୁରୀ ଉପରେ ସେ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ । ଏହା ଆଇପିସି ଧାରା ୧୫୩(ଏ) ଅନୁସାରେ ଦଣ୍ଡନୀୟ । ବିଧାୟକଙ୍କୁ ମୁର୍ଖ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଛନ୍ତି । ତେଣୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପାଇଁ ଆହ୍ୱାନ ଦେଇଥିଲେ ବିରୋଧୀ ଦଳ ନେତା । ଓଡିଶା ଓ ଓଡିଆଙ୍କୁ ଅପମାନ ସୂଚକ ବିବୃତି ଦେଇଛନ୍ତି । ତେଣୁ ସବୁ ରାଜନୈତିକ ବାଦବିବାଦରୁ ଉପରକୁ ଯାଇ ତାଙ୍କୁ ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନିଆଯାଉ । ଦଳମତ ନିର୍ବିଶେଷରେ ଆଲୋଚନା କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଏନେଇ ସ୍ୱାଧିକାର ଭଙ୍ଗନୋଟିସକୁ ଗ୍ରହଣ କଲେ ବାଚସ୍ପତି । ବିଧାନସଭାର ସମସ୍ତ ସଭ୍ୟ ନିଜ ନିଜ ଯାଗାରେ ଠିଆହୋଇ ସମର୍ଥନ ଦେଲେ । ମାମଲାର ତଦନ୍ତ ପାଇଁ ଗଠନହେଲା ଗୃହ କମିଟି ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏହି କମିଟି ଗଠନ ହେଲା । ଏହି କମିଟିର ସଦସ୍ୟ ମାନେ ହେଲେ ଦେବି ପ୍ରସାଦ ମିଶ୍ର , ପ୍ରମିଳା ମଲ୍ଲିକ, ଅରୁଣ କୁମାର ସାହୁଙ୍କୁ ନେଇ ୬ ଜଣିଆ କମିଟି ଗଠନ କରାଗଲା । ଏହି କମିଟି ପରବର୍ତୀ ଅଧିବେଶନର ପ୍ରଥମ ଦିନରେ ତାର ରିପୋର୍ଟ ଗୃହକୁ ପ୍ରଦାନ କରିବ ବୋଲି ସୂଚନା ଦେଲେ ବାଚସ୍ପତି ।