ବୋଲଗଡ ବିଶ୍ୱକର୍ମା ପୁଜା

( ସୁରେଶ କୁମାର ସାମନ୍ତରାୟ) : ବୋଲଗଡ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୁଜା ଅନୁଷ୍ଠିତ ହୋଇଛି । ଏହି ପୁଜା ଅବସରରେ ବୋଲଗଡ ଟାକ୍ସି ଷ୍ଟାଣ୍ଡ , ବସଷ୍ଟାଣ୍ଡ ,ରାଜସୁନାଖଳା ଗଣେଷ ବଜାର , ପିଚୁକୁଳି ,ବାଙ୍କୋଇ ସାଧନା ଶିଳ୍ପତାଲିମ କେନ୍ଦ୍ର , ବିଦ୍ୟୁତ କାର୍ଯୟାଳୟ ମାନଙ୍କ ସମେତ ବିଭିନ୍ନ ଗ୍ୟାରେଜ ଏବଂ କୁଟିର ଶିଳ୍ପ ସ୍ଥାନ ମାନଙ୍କରେ ମହାଆଡମ୍ବରେ ବିଶ୍ୱକର୍ମାଙ୍କର ମୃଣ୍ମୟୀ ମୁର୍ତୀ ପୁଜା ପାଉଛନ୍ତି । ଏହା ସହିତ ବ୍ଲକ ଅଂଚଳର ବହୁ ସ୍ଥାନ ଏବଂ ଗ୍ରାମ ମାନଙ୍କରେ ମଧ୍ୟ ବିଶ୍ୱକର୍ମା ପୁଜା ଆୟୋଜିତ ହୋଇଛି । ସଂନ୍ଧ୍ୟାରେ ପୁଜା ମଣ୍ଡପ ସ୍ଥାନ ମାନଙ୍କରେ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଛି ।