ବଦଳିଲା ବିଧାନସଭାରେ ଦାମଙ୍କ ସିଟ୍

(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଦଳରୁ ବହିଷ୍କୃତ ହେବାପରେ ଦାମ ରାଉତଙ୍କର ବଦଳିଯାଇଛି ବିଧାନସଭା ଗୃହର ସିଟ୍ ,ଏଥର ଆଗରେ ନୁହେଁ ପଛ ସିଟରେ ବସିବେ ଦାମ ରାଉତ । ଏହାଛଡା କିଛି ବିଧାୟକ ସିଟରେ ମଧ୍ୟ ଅଦଳବଦଳ କରାଯାଇଛି । ପୂର୍ବରୁ ଦାମ ଡି/୩ ସିଟରେ ବସୁଥିଲେ । କିନ୍ତୁ ବିଜେଡିରୁ ଦାମ ବିତାଡିତ ହେବା ପରେ ଏହି ଆସନଟି ସୁଦାମ ମାରଣ୍ଡି ପାଇଛନ୍ତି । ଏବେ ଦାମ ରାଉତ ଏଫ/୧୦ ସିଟ୍ ରେ ବସିବେ । ଦାମ ବିଜେଡିରୁ ବିତାଡିତ ହେବା ପରେ ଏବେ ସ୍ୱାଧିନ ବିଧାୟକ ଭାବେ ବିଧାନସଭାକୁି ଆସିବେ ।