ହତ୍ୟା କରି କରିଥିଲେ ଭିଡିଓ ଭାଇରାଲ : ୯ ଜଣ ହେଲେ ଗିରଫ

ପୁରୀ : ହତ୍ୟା କରି ଭିଡିଓ ଭାଇରାଲ କରିବା ପରେ ଗିରଫ ହେଲେ ୯ଜଣ, ୭ଜଣ ନାବାଳକ ହୋଇଥିବା ବେଳେ ୨ଜଣ ସାବାଳକ ସମ୍ପୃକ୍ତି । ଏଭଳି ଘଟଣା ଉପରେ ପ୍ରତିକ୍ରିୟା ରଖିଲେ ପୁରୀ ଏସପି। ଏହି ମାମଲରେ ଅନେକ ଜୁଭେନାଇଲ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ସିଡବ୍ଲ୍ଯୁସି ଓ ସିପିଓଙ୍କ ମାଧ୍ୟମରେ ସ୍ୱତନ୍ତ୍ର ଭାବେ କାଉଁସିଲିଂ କରାଯିବ। ନାବାଳକ ଅବସ୍ଥାରେ ବି ସେମାନଙ୍କ ବିରୁଦ୍ଧରେ ଏକାଧିକ ଅପରାଧିକ ମାମଲା ରହିଛି। ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ ଉଦ୍ଯମ କରାଯିବ। ସେପଟେ ଏହି ମାମଲାକୁ ଅତି ଗୁରୁତ୍ୱର ଭାବେ ନିଆଯାଇଛି। ଏହି ମାମଲାରେ ସଂପୃକ୍ତ ଥିବା ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ସିଟିଡିଏସପି ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୯ଜଣଙ୍କୁ ଗିରଫ କରିଛନ୍ତି। ଦୁଇଜଣ ଫେରାର ଅଛନ୍ତି। ତେବେ ଗିରଫ ହୋଇଥିବା ୯ଜଣ ଗିରଫଙ୍କ ମଧ୍ୟରେ ୭ଜଣ ନାବାଳକ ଓ ୨ଜଣ ସାବାଳକ ଅଛନ୍ତି। ଦୁଇଜଣ ସାବାଳକ ବ୍ଯକ୍ତି ସେମାନଙ୍କୁ ପ୍ରତ୍ଯକ୍ଷ ଭାବେ ଏହି ଅପରାଧରେ ସହଯୋଗ କରୁଥିଲେ। ଫେରାର ଥିବା ଦୁଇଜଣଙ୍କୁ ଧରିବା ପାଇଁ ଚଢାଉ ଜାରି ରହିବୋଲି ଏସପି ପିନାକ ମିଶ୍ର କହିଛନ୍ତି।