ରାଜ୍ୟରେ ଆଉ ୬୫ ନୂଆ ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୬୫ କୋରୋନା ପଜେଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୭୩୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ୩୧ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ-୧୩, କଟକ-୬, କେନ୍ଦ୍ରାପଡା-୪, ପୁରୀ-୪, ଖୋର୍ଦ୍ଧା-୩, ମୟୂରଭଞ୍ଜ-୨ ଓ ନୟାଗଡ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୩ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ । ସୁଚନାମୁତାବକ, ଏହି ୬୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ଆନ୍ତ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ୫୬୮ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଥିବା ବେଳେ ୧୬୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ ଜଣ ଙ୍କ ମୃତ୍ୟୁ ହୋଇଛି ।