କନ୍ଧମାଳ: କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମଗମଉଣ୍ଡଆ ଗାଁ ଘାଟି ନିକଟ ରେ ଫିରିଙ୍ଗିଆ ପୁଲିସ ଏକ ମଟରସାଇକେଲ ସହ ଗଞ୍ଜେଇ ଜବତ କରିଛି। ଏହା ସହିତ ଏଥିରେ ସଂପୃକ୍ତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଏକ ବାଇକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ଏକ ଟିମ୍ ସାଇତିଙ୍ଗିଆ ଗ୍ରାମ ନିକଟସ୍ଥ ମଗମୁଣ୍ଡା ଘାଟି ନିକଟରେ ବାଇକ୍ କୁ ଚଢ଼ାଉ କରିଥିଲେ। ଯାଞ୍ଚ୍ ବେଳେ ସେଥିରୁ ୫୫କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି।ଏଥିରେ ସଂପୃକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଗମୁଣ୍ଡା ଗ୍ରାମ ର ରୁପଧର କହଁର (୫୪)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏ ସଂକ୍ରାନ୍ତରେ ଥାନା ରେ ୭୬/୨୩ ଏକ ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ଶ୍ରୀ ନାହାକ ସୁଚନା ଦେଇଛନ୍ତି।