ଭୁବନେଶ୍ୱର : ଟନେଲ ତଳେ ଫସିରହିଛନ୍ତି ଶ୍ରମିକ । ତାଙ୍କ ମଧ୍ୟରେ ରହିଛନ୍ତି ୫ ଓଡିଆ । ସେମାନେ ମୟୂରଭଞ୍ଜ ଜିଲ୍ଲାରେ ୩ଜଣ , ନବରଙ୍ଗପୁରର ଜଣେ ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର । ଆଶା ଆଶଙ୍କାରେ ଅଛନ୍ତି ତାଙ୍କ ପରିବାର ଲୋକ । ଟନେଲ ରେ ଫସିଥିବା ୫ ଓଡିଆ ହେଲେ ମୟୂରଭଞ୍ଜ ଜିଲ୍ଲା ବଡକଦମ କୁଳଡିହା ଗାଁ ର ରାଜୁ ନାଏକ, ବାଙ୍ଗିରିପୋଷୀ ବ୍ଲକ ବେଢାକୁର ଗାଁର ଧୀରେନ ନାୟକ, ଯୋଗୀବନ୍ଧ ଗାଁର ବିଶେଶ୍ୱର ନାୟକ । ସେହିପରି ଶଙ୍କର୍ଷଣପୁରର ତପନ ମଣ୍ଡଳ ଓ ନବରଙ୍ଗପୁରର ଭଗବାନ ବତ୍ରା ଟନେଲ ତଳେ ଫସି ରହିଛନ୍ତି ।
୫ ଜଣ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ୫ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ୫ ଶ୍ରମିକଙ୍କ ସ୍ଥିତି ନେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ବି ରହିଛନ୍ତି। ଏନେଇ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ସରକାରଙ୍କ ସହ ନିରନ୍ତର ଭାବେ ଯୋଗଯୋଗ ରକ୍ଷା କରୁଛନ୍ତି । ଏଥିସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଏ ନେଇ କଥାବାର୍ତ୍ତା କରିଛନ୍ତି ।